ନବରଙ୍ଗପୁର: ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି । ଦଳ କହିଛି ଦିନକୁ ଦିନ ରାଜ୍ୟରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ବଢିବାରେ ଲାଗିଛି । ଓଡ଼ିଶା ସରକାର ମହିଳା ମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ସୋମବାର ନବରଙ୍ଗପୁର ଜିଲ୍ଲାରେ ୧୨ ଘଣ୍ଟା ବନ୍ଦ ଡାକରା ଦେଇଛି ବିଜେଡି । ଏନେଇ ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ସମ୍ମିଳନୀରେ ବିଜେଡି କହିଛି ଯେ, ଯେତେ ଦିନ ପର୍ଯ୍ୟନ୍ତ ଏହି ରାଜ୍ୟର ନାରୀ, ଛାତ୍ରୀ, ନାବାଳିକା ସୁରକ୍ଷିତ ହେବେ ନାହିଁ, ବିଜେଡି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରିବ । ଦଳ ପକ୍ଷରୁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ପତ୍ର ଦାବି କରାଯାଇଛି । ଏହା ସହିତ ରାଇଘର ନର୍ସିଂ ପୀଡ଼ିତାଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ସରକାର ଦିଅନ୍ତୁ ବୋଲି ଦାବି ହୋଇଛି ।
ଆସନ୍ତାକାଲି ୧୨ ଘଣ୍ଟା ବନ୍ଦକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନବରଙ୍ଗପୁର ବିଜେଡି ପକ୍ଷରୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି । ତେବେ ଏହି ବନ୍ଦ ସମୟରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍ କଲେଜ୍, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିବ। ଜରୁରୀକାଳୀନ ସେବା ଯେପରିକି ‘ଅଗ୍ନିଶମ ସେବା, ଆମ୍ବୁଲାନ୍ସ୍ ସେବା ବନ୍ଦ ହେବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି ।
Comments are closed.