Latest Odisha News

BREAKING NEWS

TTPS ବନ୍ଦ ପ୍ରତିବାଦରେ ଆସନ୍ତା ୭ ତାରିଖ ଅନୁଗୁଳ ବନ୍ଦ ଡାକରା

ଅନୁଗୁଳ: ତାଳଚେର ଟିଟିପିଏସ୍ ପ୍ଲାଣ୍ଟ ବନ୍ଦକୁ ବିରୋଧ କରି ଆସନ୍ତା ୭ ତାରିଖ ଅନୁଗୁଳ ବନ୍ଦ ଡାକରା ଦିଯାଇଛି । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେଡି । ଆଜି ଦଳ ପକ୍ଷରୁଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦିଆଯାଇଛି । ଦଳ ପକ୍ଷରୁ କୁହାଯାଇଛି- ତାଳଚେର TTPS ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା, ତାହା ଅନୁଗୁଳ ତଥା ଓଡ଼ିଶା ପାଇଁ ଦୁର୍ଭାଗ୍ୟଜନକ । ପ୍ରଦୂଷଣ ଆଳ ଦେଖାଇ କେନ୍ଦ୍ର ସରକାର ଏହାକୁ ବନ୍ଦ କରିଦେଲେ । ଯାହାଫଳରେ ୨ ହଜାର ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକଙ୍କ ସମେତ ୫ ହଜାରରୁ ଅଧିକ ଲୋକ ରୋଜଗାର ହରାଇଛନ୍ତି ।

ସେପଟେ TTPS ପକ୍ଷରୁ ନୂତନ ପ୍ଲାଣ୍ଟ ତିଆରି ପାଇଁ କୌଣସି ସଠିକ୍ ତଥ୍ୟ ପ୍ରଦାନ କରି ନାହାଁନ୍ତି କି କାମରେ ଅଗ୍ରଗତି ମଧ୍ୟ କରୁ ନାହାନ୍ତି । କେନ୍ଦ୍ର ସରକାର ଏହି ପ୍ଲାଣ୍ଟକୁ ବନ୍ଦ କରି ଘରୋଇକରଣ କରିବାର ଚକ୍ରାନ୍ତ କରୁଛନ୍ତି । ଏହା ସହ ଓଡ଼ିଶାର ଅର୍ଥନୈତିକ ଅବରୋଧ କରିବାକୁ ଏହା ଏକ ଷଡ଼ଯନ୍ତ୍ର ମଧ୍ୟ ହୋଇଥାଇପାରେ ବୋଲି ବିଜେଡି ଅଭିଯୋଗ କରିଛି ।

ଚାଲିବାକୁ ସକ୍ଷମ ଥିବା ଏହି ପ୍ଲାଣ୍ଟକୁ ତୁରନ୍ତ ଚଳାଇବା ସହ ନୂତନ ପ୍ଲାଣ୍ଟ ତିଆରି କରିବା ଦାବିରେ ଆସନ୍ତା ୭ ତାରିଖ ଅନୁଗୁଳ ବନ୍ଦ ଡାକରା ଦେଇଛି ବିଜେଡି । ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ୧୨ ଘଣ୍ଟା ଯାଏ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ଚକଅଖ ବନ୍ଦ ରହିବ ବୋଲି ବିଜେଡି କହିଛି ।

Leave A Reply

Your email address will not be published.