Latest Odisha News

BREAKING NEWS

୨୦ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ମଧୁପାଟଣା ଥାନା ASI

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୋଲିସ ବାବୁ । କଟକ ମଧୁପାଟଣା ଥାନାର ଏଏସ୍ଆଇ ପ୍ରଣବ କିଶୋର ପ୍ରହରାଜଙ୍କୁ କଟକ ଭିଜିଲାନ୍ସ ଗିରଫ କରିଛି । ପ୍ରଣବଙ୍କୁ ଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ପ୍ରଣବଙ୍କୁ ଗିରଫ ପରେ ତାଙ୍କ ସରକାରୀ ବାସଭବନରେ ରେଡ୍ କରିଛି କଟକ ଭିଜିଲାନ୍ସ ।

ଏକ ଋଣ ମାମଲାର ସମାଧାନ କରିବାକୁ ଅଭିଯୋଗକାରୀ ଓ ଅନ୍ୟ ଜଣଙ୍କୁ ଠାରୁ ଏଏସ୍ଆଇ ପ୍ରଣବ ଲାଞ୍ଚ ନେଉଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ପ୍ରଣବ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଟଙ୍କା ସହ ଧରିଥିଲେ । ସାରଳା ଭବନ କଟକ ନିକଟରୁ ଭିଜିଲାନ୍ସ ପ୍ରଣବଙ୍କ ଠାରୁ ୨୦ ହଜାର ଟଙ୍କା ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.