Latest Odisha News

BREAKING NEWS

ବାପାଙ୍କୁ ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ ବର୍ଷା

ପଦ୍ମପୁର: ଧାମନଗର ପରାଜୟ ପରେ ପଦ୍ମପୁରରେ ସେହି ଭୁଲକୁ ଦୋହରାଇବା ପାଇଁ ଚାହୁଁନି ବିଜେଡି । ସେଥିପାଇଁ ପଦମପୁର ପାଇଁ କଳ ବଳ କୌଶଳ ସବୁ ଲଗେଇ ଦେଇଛି  । ବିଧାନସଭା ଅଧିବେଶନ ଚାଲିଥିଲେ ବି  ରାଜଧାନୀ ଛାଡ଼ି ପଦମପୁରରେ ଡେରା ପକାଇଛନ୍ତି ସବୁ  ବରିଷ୍ଠ ମନ୍ତ୍ରୀ, ନେତା । ତଥାପି ବିରୋଧୀ ଛନକା ମନରୁ ହଟୁନି । ଆଜି ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ୟପକ୍ଷେ ଉପନିର୍ବାଚନରେ ବିଜୟର ସ୍ୱାଦ ଥରେ ଚାଖିବା ପରେ ବିଜେପି ବେଶ ଉତ୍ସାହିତ । ପଦମପୁରରେ ଏହି ଧାରା ବଜାୟ ରଖିବା ପାଇଁ ସବୁ ବଳ କଳ ଖଟେଇଛି ।  ପଦମପୁର ପାଇଁ ବିଜେପିର ସବୁ ନେତା  ଏକାଠି ହୋଇଛନ୍ତି ପଦମପୁରରେ  ଯାହା କି ବିଜେଡି ଛାତିରେ କଣ୍ଟା ହୋଇଛି । ଆଜି ପଦମପୁରରେ ଚାଲିଛି ହେଭିୱେଟ ପ୍ରଚାର । ଏପଟେ ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଚାରରେ ଯାଇ ବିଜେଡି ସରକାର ଉପରେ ବର୍ଷିଥିବାବେଳେ ବିଜେଡି ପାଇଁ ପ୍ରଚାରକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ଝାରବନ୍ଧରେ ଥିଲା ବିଜେଡିର ନିର୍ବାଚନୀ ସମାବେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଜନସଭାକୁ ସମ୍ବୋଧନ କରିଥିଲେ । ଏହି ମଞ୍ଚରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ମଧ୍ୟ ଜନତାଙ୍କୁ ସମ୍ବୋଧନ କରିଥିଲେ । ବର୍ଷା ମଞ୍ଚ ଉପରେ ବିରୋଧୀଙ୍କୁ ଆକ୍ଷେପ କରିଥିଲେ । ଏଥିସହିତ ସ୍ୱର୍ଗତ ବାପାଙ୍କ କଥା କହି  ଲୁହ ଗଡାଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ବି କରିଥିଲେ ।

ନିର୍ବାଚନୀ ପ୍ରଚାର ସଭାରେ ଜନତାଙ୍କୁ ସମ୍ବୋଧନ କରି ବର୍ଷା କହିଥିଲେ, ବାପାଙ୍କ ଦାୟିତ୍ୱ ମୋତେ ଦେବାକୁ ଯାଉଛନ୍ତି ମାନ୍ୟବର ମୁ୍ଖ୍ୟମନ୍ତ୍ରୀ ।  ମୁଁ ଏଇ ମାଟିର ଝିଅ..ଯେଉଁ ଗାଁକୁ ଯାଉଛି ସମସ୍ତେ ବାପାଙ୍କ କଥା କହୁଛନ୍ତି । ବାପା ଯାହା କରିଥିଲେ ସେ କଥା ମନେ ପକାଉଛନ୍ତି । ବାପାଙ୍କ କଥା କହି କାନ୍ଦି ପକାଇଥିଲେ ବର୍ଷା । ଶେଷରେ ସଭାମଞ୍ଚରେ ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରିଥିଲେ ।

Leave A Reply

Your email address will not be published.