Latest Odisha News

ପଦମପୁରରେ ବର୍ଷାଙ୍କ ପାଇଁ ଭୋଟ ମାଗିଲେ ନବୀନ

ପଦମପୁର(ବରଗଡ): ଜୟ ନରସିଂହନାଥ..ଗଙ୍ଗାଧର ମେହରଙ୍କର  ଏ ପବିତ୍ର ମାଟିକୁ ମୋର ଜୁହାର…ଏମିତି କହି ପଦମପୁରରେ ଦଳ ପାଇଁ ଭୋଟ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ  ଆଜି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳ ଓ ଝାରବନ୍ଧରେ ଆୟାେଜିତ ଜନସଭାରେ ସମ୍ବୋଧିତ କରିଥିଲେ ।

ଝାରବନ୍ଧରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବିଜେଡି ସବୁବେଳେ କୃଷକମାନଙ୍କ ପାଇଁ ଲଢି ଆାସିଛି । ମହିଳାମାନେ ହେଉଛନ୍ତି ଆମର ଶକ୍ତି । ମହିଳାମାନଙ୍କୁ ଉଦ୍ୟୋଗୀ କରିବାକୁ ମୁଁ ଚାହେଁ  ।  ମହିଳାଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ । କେନ୍ଦୁପତ୍ର ତୋଳାଳୀଙ୍କ ହକ ଦେବା ପାଇଁ ଆମେ ସବୁବେଳେ ଚେଷ୍ଟା କରି ଆସୁଛୁ । ମୁଁ କଥାରେ  ନୁହେଁ, କାମରେ ବିଶ୍ୱାସ କରେ । ବିକାଶରେ ବିଶ୍ୱାସ କରେ ।

ଏହି ଧାରାକୁ ପଦମପୁରରେ  ଆଗେଇ ନେବାକୁ  ଏ ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ କର୍ମୀ, ସମର୍ଥକ ଏବଂ ଭୋଟରଙ୍କୁ ନିବେଦନ କରିଥିଲେ ।

ନବୀନଙ୍କ ପ୍ରଚାର ପରେ ବିଜେଡି କ୍ୟାମ୍ପରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.