Latest Odisha News

BREAKING NEWS

ପ୍ରଦୀପଙ୍କୁ ବହୁ ପଛରେ ପକାଇଲେ ବର୍ଷା ସିଂ ବରିହା

ପଦ୍ମପୁର: ଶେଷରେ ବାଜି ମାରିଲେ ବର୍ଷା । ଓଡିଶାର ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ଯାଉଛି ଭୋଟ୍ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟୀ । ପ୍ରାୟ ୪୨ ହଜାର ୬୫ ଭୋଟ୍ ବ୍ୟବଧାନରେ ଜିତିଲେ ବର୍ଷା । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଦେଇଛନ୍ତି ମାତ୍ । ଦିବଙ୍ଗତ ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ରେକର୍ଡ ଭାଙ୍ଗିଲେ ବର୍ଷା ।

ଦିବଙ୍ଗତ ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅକୁ ପଦ୍ମପୁରବାସୀ ସ୍ନେହରେ ପୋତିଛନ୍ତି । ଆରମ୍ଭରୁ ତାଙ୍କୁ ବିଦେଶୀନି ବୋଲି କହି ବିଜେପି କଟାକ୍ଷ କରିଥିଲା । କିନ୍ତୁ ଭୋଟ ସଂଖ୍ୟାକୁ ଦେଖିଲେ ତାହାକୁ ମିଛ ପ୍ରମାଣିତ କରିଛନ୍ତି ବର୍ଷା । ମାଟିର ପୁଅ ପ୍ରଦୀପକୁ ପଛରେ ପକାଇଛନ୍ତି ବର୍ଷା । ଗାଁଲୋକେ ତାଙ୍କୁ ବହୁ ଶ୍ରଦ୍ଧା ଓ ଆର୍ଶୀବାଦ କରିଥିଲେ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । ସତ୍ୟବାଦୀର ବୋହୂ କହି ତାଙ୍କୁ ବହୁ ସମାଲୋଚନା କରିଥିଲା ବିଜେପି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର ତାଙ୍କ ପାଇଁ ବରଦାନ ପାଲଟିଛି । ବର୍ଷା ବାପାଙ୍କ ରେକର୍ଡକୁ ବି ଭାଙ୍ଗିଛନ୍ତି । ତାଙ୍କ ପ୍ରତି ପଦ୍ମପୁରବାସୀ କେତେ ଭଲପାଇବା ରଖିଛନ୍ତି, ତାହା ସେ ପ୍ରମାଣ କରିଛନ୍ତି । ବିଜୟମୁହାଁ ହୋଇଛନ୍ତି ବର୍ଷା । ପଦ୍ମପୁରବାସୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ବର୍ଷାଙ୍କ ମାଆ ମଧ୍ୟ ସେ ଜିତିବାର ଆଶା ବାନ୍ଧିଥିଲେ ।

୨୧ ରାଉଣ୍ଡ ସୁଦ୍ଧା ଫଳାଫଳ

ବିଜେପି ୭୧,୬୨୭

ବିଜେଡି ୧,୦୯,୮୭୯

କଂଗ୍ରେସ ୩୩୨୫

୨୦ରାଉଣ୍ଡ ସୁଦ୍ଧା ଫଳାଫଳ

ବିଜେପି ୬୮,୮୮୭

ବିଜେଡି ୧୦,୪୧୮୩

କଂଗ୍ରେସ ୩୨୧୦

୧୯ ରାଉଣ୍ଡ

ବର୍ଷା ସିଂ ବରିହା ୩୩,୫୯୬ ଭୋଟରେ ଆଗୁଆ

ବିଜେପି ୬୫୩୨୧

ବିଜେଡି ୯୮୯୧୭

କଂଗ୍ରେସ ୩୦୫୯

୧୮ ରାଉଣ୍ଡ

ବର୍ଷା ସିଂ ବରିହା ୩୨,୫୬୭ରେ ଆଗୁଆ

ବିଜେପି ୬୨୧୯୦

ବିଜେଡି ୯୪୭୫୭

କଂଗ୍ରେସ ୨୯୩୭

୧୭ରାଉଣ୍ଡ ସୁଦ୍ଧା ଫଳାଫଳ

୩୦,୦୫୯ ଭୋଟରେ ବିଜେଡି ଆଗୁଆ

ବିଜେପି ୫୯,୪୦୬

ବିଜେଡି ୮୯,୪୬୫

କଂଗ୍ରେସ ୨୮୨୧

୧୬ ରାଉଣ୍ଡ ଫଳାଫଳ

ବର୍ଷା ସିଂ ବରିହା ୨୯,୫୧୮ ଭୋଟ୍ ରେ ଆଗୁଆ

ବିଜେପି ୫୫,୮୬୩

ବିଜେଡି ୮୫,୩୮୧

କଂଗ୍ରେସ ୨୭୧୫

୧୫ତମ ରାଉଣ୍ଡ

୨୭,୫୩୩ ଖଣ୍ଡ ଭୋଟରେ ଆଗୁଆ ବର୍ଷା

ବିଜେପି ୫୧,୯୩୭

ବିଜେଡି ୭୯,୪୭୦

କଂଗ୍ରେସ ୨୫୪୩

Leave A Reply

Your email address will not be published.