Latest Odisha News

BREAKING NEWS

ଗୁଜରାଟରେ ପଦ୍ମ ହସୁଛି, ହିମାଚଳରେ ଖସୁଛି

ଅହମଦବାଦ: ଗୁଜରାଟରେ ଇତିହାସ ରଚିବାକୁ ଯାଉଛି । ଗୁଜରାଟରେ କଂଗ୍ରେସକୁ ମୂଳପୋଛ କରି ୧୫୦ରୁ ଅଧିକ ଆସନରେ ଜିତିବାକୁ ଯାଉଛି ବିଜେପି ।  ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ଦେଇ ସାରିଲେଣି ଭୂପେନ୍ଦ୍ର ପଟେଲ । ଏକ ପ୍ରେସ ମିଟରେ ଏ ନେଇ ସୂଚନା ଦେଇଛନ୍ତି ।

ହସ୍ତଗତ ହୋଇଥିବା ଖବରରୁ ଜଣାଯାଇଛି,  ଗୁଜରାଟରେ ୪୮  ଆସନରେ ବିଜେପି ଜିତିସାରିଥିବାବେଳେ ୧୧୦ ଆସନରେ ଆଗୁଆ ରହିଛି । ସେହିପରି ୨ ଆସନରେ କଂଗ୍ରେସ ଜିତିଥିବାବେଳେ  ୧୪ ଆସନରେ ଆଗୁଆ ରହିଛି । ତେବେ ସବୁଠାରୁ ବଡ କଥା ହେଉଛି, ପଦ୍ମଗଡରେ ପୁଣି କମାଲ କରିଛି ଝାଡୁ । ଗୁଜରାଟରେ ଖାତା ଖୋଲିଛି ଆପ । ଗୋଟିଏ ଆସନରେ ଆପ

ଜିତିଥିବାବେଳେ ୪ଟି ସିଟରେ ଆଗରେ ରହିଛି । ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଜିତିଥିବାବେଳେ  ୨ ସିଟରେ ଆଗରେ ରହିଛି । ଏଠାରେ ବିଜେଡି ପୂର୍ବ ରେକର୍ଡ ଭାଙ୍ଗିବାକୁ ଯାଉଛି । ଯଦି ବର୍ତ୍ତମାନର ଏହି ଟ୍ରେଣ୍ତ ଶେଷଯାଏ ଏଭଳି ଜାରି ରୁହେଏ  ତେବେ ବିଜେପି ୧୯୮୫ରେ କଂଗ୍ରେସ ମାଧବସିଂହ ସୋଲାଙ୍କି ସୃଷ୍ଟି କରିଥିବା ରେକର୍ଡ ଭାଙ୍ଗିବ। ଏଥିସହ ବିଜେପି ମଧ୍ୟ ଗୁଜରାଟରେ ନିଜେ ସୃଷ୍ଟି କରିଥିବା ରେକର୍ଡ  ଅତିକ୍ରମ କରିବ।

ଅନ୍ୟପକ୍ଷେ ଗୁଜରାଟରେ ପଦ୍ମ ହସୁଥିବାବେଳେ ହିମାଚଳରେ  ଖସିବାରେ ଲାଗିଛି । ହିମାଚଳ ପ୍ରଦେଶରେ ୭ଟି ଲେଖାଏ ଆସନରେ ଜିତିଛନ୍ତି ବିଜେପି ଓ କଂଗ୍ରେସ । ହେଲେ ବିଜେପି ମାତ୍ର ୧୮ ସିଟରେ ଆଗୁଆ ଥିବାବେଳେ କଂଗ୍ରେସ ୩୩ ସିଟ ହାତେଇବାର ସମ୍ଭାବନା ରହିଛି । ତେବେ ଏଠାରେ  ଆପ ସବୁଠି ପଛରେ ରହିଛି । ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଜିତିଥିବାବେଳେ ୨ଟି ସିଟରେ ଆଗରେ  ଅଛନ୍ତି ।

Leave A Reply

Your email address will not be published.