Latest Odisha News

BREAKING NEWS

ବାଲେଶ୍ୱର ଓ ତିର୍ତ୍ତୋଲରେ ଆଗରେ ବିଜେଡି, ସରିଲା ପୋଷ୍ଟାଲ ବାଲାଟ ଗଣତି

ଭୁବନେଶ୍ୱର: ଖୋଲିଛି ଇଭିଏମ୍ ପେଡ଼ି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ପୋଷ୍ଟାଲ ବାଲାଟ ଗଣତିରେ ବାଲେଶ୍ୱରରେ ଆଗରେ ବିଜେଡି ରହିଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୬୧୫ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ।

BjdElectrycity

ସ୍ୱରୂପ ଦାସଙ୍କୁ ୩ ହଜାର ୪୫୯ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨ ହଜାର ୮୪୪ ଓ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁଙ୍କ ଖାତାରେ ପଡ଼ିଛି ୫୨୩ ଖଣ୍ଡ ଭୋଟ୍ ।

ତିର୍ତ୍ତୋଲରେ ବି ସରିଛି ପୋଷ୍ଟାଲ ବାଲାଟ ଗଣତି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୦୮୭ ଭୋଟରେ ଆଗୁଆ ରହିଛନ୍ତି । ବିଜେଡିକୁ ମିଳିଛି ୩ ହଜାର ୮୫୨ ଭୋଟ୍ । ବିଜେପି ଖାତାରେ ୨ ହଜାର ୭୭୪ ଭୋଟ୍ ପଡିଥିବା ବେଳେ କଂଗ୍ରେସକୁ ୪୪୨ ଖଣ୍ଡ ଭୋଟ ମିଳିଛି ।

Leave A Reply

Your email address will not be published.