Latest Odisha News

BREAKING NEWS

ନିଜ ଗଡରେ ନିଜର ସ୍ଥିତି ବଜାୟ ରଖିଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଆଠଗଡ: ଆଠଗଡରେ ନିଜର ସ୍ଥିତି ବଜାୟ ରଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଅଷ୍ଟମ ଥର ପାଇଁ ବିଜେଡି ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ରଣେନ୍ଦ୍ର । ୩୪୭୭ ଭୋଟରେ ପ୍ରତିଦ୍ଵନ୍ଦି ପ୍ରାର୍ଥୀ ଅଭୟ କୁମାର ବାରିକଙ୍କୁ ହରାଇଛନ୍ତି ରଣେନ୍ଦ୍ର । ରାଜା ସ୍ଵାଇଁଙ୍କୁ ୮୪୯୫୪ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଭୟଙ୍କୁ ମିଳିଛି ୮୧୪୭୭ ଖଣ୍ଡ ଭୋଟ ।

ସୂଚନା ଅନୁସାରେ, ୧୯୯୦ରୁ ଆଠଗଡ଼ରେ ନିଜର ଦବଦବା ଜାରି ରଖିଛନ୍ତି ରଣେନ୍ଦ୍ର ପ୍ରତାପ । ୨୦୦୯ରୁ ଲଗାତର ଭାବରେ ବିଜୟ ଭାର ଜାରି ରଖିଛନ୍ତି ରଣେନ୍ଦ୍ର ସ୍ଵାଇଁ । ଏଥର ନିର୍ବାଚନରେ ୮ମ ଥର ପାଇଁ ମୈଦାନକୁ ଓହ୍ଲାଇଥିଲେ ରଣେନ୍ଦ୍ର। ବିପକ୍ଷରେ ମୈଦାନରେ କଂଗ୍ରେସରରୁ ସୁଦର୍ଶନ ସାହୁ ଏବଂ ବିଜେପିରୁ ଅଭୟ କୁମାର ବାରିକ୍ ରହିଥିଲେ । ଉଭୟଙ୍କୁ ବାଦ୍ ଦେଇ ବିଜୟ ବାନା ଉଡାଇଛନ୍ତି ରଣେନ୍ଦ୍ର।

Comments are closed.