Latest Odisha News

BREAKING NEWS

ପିପିଲି ଉପନିର୍ବାଚନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ

ପିପିଲି : ପିପିଲି ଉପନିର୍ବାଚନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ୨୦ ହଜାର ୯୧୬ ଖଣ୍ଡ ଅଧିକ ଭୋଟରେ ଜିତିଛନ୍ତି ରୁଦ୍ର ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଏକ ବଡ଼ ବ୍ୟବଧାନରେ ହରାଇଛନ୍ତି ରୁଦ୍ର ମହାରଥୀ । ବିଜୟ ସହ ପିପିଲିରେ ସ୍ବର୍ଗତ ପ୍ରଦୀପ ମହରଥୀଙ୍କ ଉତ୍ତରାଧିକାରୀ ଭାବେ ନୂଆ ବିଧାୟକ ହୋଇଛନ୍ତି ତାଙ୍କ ପୁଅ ରୁଦ୍ର ମହାରଥୀ । ଉପନିର୍ବାଚନରେ ଅମାନତ ହରାଇଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ।

ଭୋଟ ଗଣତି ଆରମ୍ଭରୁ ଆଗରେ ରହିଥିଲା ବିଜେଡି । ସମସ୍ତ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ ମହାରଥୀ ଅନ୍ୟ ଦଳର ପ୍ରାର୍ଥୀଙ୍କ ଠାରୁ ବିପୁଳ ସଂଖ୍ୟାରେ ଆଗୁଆ ରହିଥିଲେ । ୨୦୧୯ ସାଧାରଣ ନିର୍ବାଚନ ଅପେକ୍ଷା ଉପନିର୍ବାଚନରେ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ରୁଦ୍ର । ଶେଷ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୯୬ ହଜାର ୯୭୨ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬ ହଜାର ୫୬ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ୪୨୬୧ ଖଣ୍ଡ ଭୋଟ ପାଇଛନ୍ତି । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ବର୍ଗତ ପ୍ରଦୀପ ମହାରଥୀ ପାଇଥିଲେ ୮୮ ହଜାର ୫୧୮ ଖଣ୍ଡ ଭୋଟ । ପିପିଲି ଉପନିର୍ବାଚନରେ ୭୮.୨୫ ପ୍ରତିଶତ ମତଦାନ ହୋଇଥିଲା । ୨ ଲକ୍ଷ ୩୦ ହଜାର ୩୧୯ ଜଣ ଭୋଟର ଥିବା ବେଳେ, ମତାଧିକାର ସାବ୍ୟସ୍ତ କରିଥିଲେ ୧ ଲକ୍ଷ ୮୦ ହଜାର ୯୯ ଜଣ ଭୋଟର ।

Leave A Reply

Your email address will not be published.