Latest Odisha News

BREAKING NEWS

ପାଟକୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍

ଭୁବନେଶ୍ୱର : ପାଟକୁରା ବିଧାନସଭା ଆସନରୁ ମଙ୍ଗଳବାର ଦିନ ବିଜେଡି ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସ୍ୱର୍ଗତଃ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ ।

ଉଲ୍ଲେଖଯୋଗ୍ୟ, ପାଟକୁରାରେ ଏପ୍ରିଲ୍ ୨୯ ତାରିଖ ତଥା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହେବାକୁ ଥିବାବେଳେ ପାଟକୁରା ବିଧାୟକ ତଥା ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କର ମୃତ୍ୟୁ ହେବା ପରେ ଏଠାରେ ନିର୍ବାଚନକୁ (ଇସିଆଇ) ସ୍ଥଗିତ ରଖିଥିଲେ।

ପରବର୍ତ୍ତୀ ସମୟରେ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଏହି ନିର୍ବାଚନମଣ୍ଡଳୀରେ ମେ’ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ ।

ଇସିଆଇଙ୍କ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ଆସନ୍ତା ମେ’ ୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୨ ତାରିଖରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ’ ୪ ।

ଆହୁରି ମଧ୍ୟ ଏହି ଆସନରେ ନିର୍ବାଚନ ଲଢିବା ପାଇଁ କଂଗ୍ରେସ, ବିଜେପି ଓ ଅନ୍ୟ ରାଜନୈତିକ ଦଳମାନେ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରି ସାରିଛନ୍ତି ।

Leave A Reply

Your email address will not be published.