Latest Odisha News

BREAKING NEWS

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ: ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବାଲେଶ୍ୱର ସଦର ଆସନ ପାଇଁ ବିଜେଡି ନୂଆ ମୁହଁକୁ ମୌକା ଦେଇଛି । ସମସ୍ତଙ୍କୁ ଚକିତ କରି ଏଥର ଟିକେଟ ହାସଲ କରିଛନ୍ତି ସ୍ୱରୂପ କୁମାର ଦାସ । ସେପଟେ ତିର୍ତ୍ତୋଲ ପାଇଁ ଦଳ ପକ୍ଷରୁ ବିଜୟ ଶଙ୍କର ଦାସଙ୍କ ନାଁ ଘୋଷଣା କରାଯାଇଛି । ବରିଷ୍ଠ ଦିବଙ୍ଗତ ନେତା ବିଷ୍ଣୁ ଦାସଙ୍କ ପୁଅଙ୍କୁ ଦଳ ଟିକେଟ ଦେଇଛି । ଆସନ୍ତା ନଭେମ୍ବର ୩ରେ ଏହି ୨ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।

ଗତକାଲି ବିଜେପି ପକ୍ଷରୁ ଉଭୟ ଆସନା ପାଇଁ ପ୍ରାର୍ଥ ଘୋଷଣା କରାଯାଇଛି । ବାଲେଶ୍ୱର ସଦରରୁ ମାନସ ଦତ୍ତ ଓ ତିର୍ତ୍ତୋଲ ଆସନରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି ବିଜେପି ।

Leave A Reply

Your email address will not be published.