Latest Odisha News

BREAKING NEWS

ପିପିଲି ପାଇଁ ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଆସନ୍ତା ୧୭ ତାରିଖରେ ପିପିଲିରେ ଉପନିର୍ବାଚନ ହେବ । ଏଥିପାଇଁ କ୍ୟାମ୍ପେନରେ କମ୍ପୁଛି ପିପିଲି ନିର୍ବାଚନମଣ୍ଡଳୀ । ନିର୍ବାଚନରେ ପ୍ରଚାର ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଧରିବେ ପ୍ରଚାରର ମଙ୍ଗ ।

ଷ୍ଟାର କ୍ୟାମ୍ପେନର ତାଲିକାରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଦ୍ବିତୀୟରେ ରହିଛି । ସେହିପରି ଦେବୀ ମିଶ୍ର, ମହେଶ୍ବର ମହାନ୍ତି, ବ୍ୟୋମକେଶ ରାୟ, ସୁଶାନ୍ତ ସିଂ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ଦେବୀ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା, ପ୍ରତାପ ଦେବ, ପୀନାକି ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ର ସାରଥୀ ବେହେରା, ପ୍ରମିଳା ମଲ୍ଲିକ, ପ୍ରୀତି ରଞ୍ଜନ ଘଡ଼ାଇ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାଶବର୍ମା, ନବକିଶୋର ଦାସ, ଉମାକାନ୍ତ ସାମନ୍ତରାୟ, ବିଭୂତି ବଳବନ୍ତରାୟ, ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକ ସାମିଲ ଅଛନ୍ତି ।

Comments are closed.