Latest Odisha News

BREAKING NEWS

ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ

ଶ୍ରୀନଗର: ବାର୍ଷିକ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ୫୬ ଦିନିଆ ଯାତ୍ରା ଜୁନ ୨୮ରେ ଆରମ୍ଭ ହେବ ଏବଂ ଅଗଷ୍ଟ ୨୨ରେ ଶେଷ ହେବ ।

ଅମରନାଥ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୩୧୬ଟି ବ୍ରାଞ୍ଚ, ଜମ୍ମୁ-କାଶ୍ମୀର ବ୍ୟାଙ୍କର ୯୦ଟି ବ୍ରାଞ୍ଚ ଓ ୟେସ ବ୍ୟାଙ୍କର ୪୦ଟି ବ୍ରାଞ୍ଚରେ ପଞ୍ଜିକରଣ କରିପାରିବେ । 

ଚଳିତ ବର୍ଷ ୧୩ ବର୍ଷରୁ କମ୍ ଓ ୭୫ ବର୍ଷରୁ ଅଧିକ ବୟସ୍କ ଲୋକ ଓ ଗର୍ଭବତୀଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଅମରନାଥ ସ୍ରାଇନ ବୋର୍ଡ ପକ୍ଷରୁ କୁହାଯାଇଛି । ଅମରନାଥକୁ ଯିବା ପାଇଁ ବାଲଟାଲ ଓ ପହଲଗାମ ଦେଇ ଦୁଇଟି ରାସ୍ତାରେ ଅମରନାଥ ଯାଇପାରିବେ ଶ୍ରଦ୍ଧାଳୁ । 

ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଅମରନାଥ ଯାତ୍ରାକୁ ବନ୍ଦ କରାଯାଇଥିଲା । ଚଳିତବର୍ଷ ପୁଣି ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ ଜମ୍ମୁ ଓ କଶ୍ମୀର ପ୍ରଶାସନ ଓ ସ୍ରାଇନ ବୋର୍ଡ ନଜର ରଖିଛି । ଅମରନାଥ ଯାତ୍ରା ସମୟରେ ସବୁ ପ୍ରକାରର କରୋନା କଟକଣା ଓ ନିୟମାବଳୀ ପାଳନ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.