ନୂଆଦିଲ୍ଲୀ: ମଙ୍ଗଳବାର ୫-ଟି ସଚିବଙ୍କ ଯାଜପୁର ଗସ୍ତକୁ ବିରୋଧୀ କଂଗ୍ରେସ ବିରୋଧ କରୁଥିବା ବେଳେ ଦୁର୍ବୃତ୍ତମାନେ ‘୫-ଟି’ ଲେଖାଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିିଳିଛି। ଯେଉଁମାନେ କି କଂଗ୍ରେସ ସଦସ୍ୟଙ୍କୁ ଆକ୍ରମଣ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ହାତରେ ଧଳା ୫ଟି ଟି ସାର୍ଟ ଓ ବାଉଁଶ ଫାଳିଆ ଧରି ଦୁର୍ବୁତ୍ତମାନେ କଂଗ୍ରେସ ସଦସ୍ୟଙ୍କ ଉପରକୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ଦେଖଣାହାରୀ ସାଜିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ପରିଚୟ ମିଳିନଥିବା ବେଳେ ଆକ୍ରମଣକାରୀମାନେ ବିଜୁ ଜନତା ଦଳର ବୋଲି କଂଗ୍ରେସ ଅଭିଯୋଗ କରିଛି।
ପୋଲିସ ବାହିନୀ ଉପରେ ସେମାନଙ୍କ ଭରସା ନାହିଁ କି ପୋଲିସ ସେମାନଙ୍କ ନିୟନ୍ତ୍ରଣରେ ନ ଥିବାରୁ ଶାସକ ଦଳ ଗୁଣ୍ଡାଗିରି କରିଛି। ଯଦି ସେମାନେ ଆମ ଉପରେ ଲାଠିରେ ଆକ୍ରମଣ କରିବେ, ତେବେ ଜବାବୀ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି।
୫-ଟି ସଚିବଙ୍କ ଯାଜପୁର ବ୍ୟାସନଗର ଗସ୍ତକୁ ବିରୋଧ କରି ମଙ୍ଗଳବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଳା ଶାଢ଼ୀ ପିନ୍ଧି ରାଜ୍ୟ କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ଦଳର ମହିଳା କର୍ମୀମାନେ ଗୋପବନ୍ଧୁ ଛକଠାରୁ ଏକ ରାଲି ବାହାର କରିଥିଲେ। ୫-ଟି ସଚିବଙ୍କ ବିରୋଧରେ ନାରା ଦେଉଥିବା ବେଳେ ଚୋରଦା ଛକରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ମହିଳା କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ସୂଚନାଯୋଗ୍ୟ, କଂଗ୍ରେସ ନେତା ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କୁ ସରକାରୀ ଅଧିକାରୀ ଯୋଗଦେଉଥିବା ପ୍ରତ୍ୟେକ ସାଧାରଣ ସଭାରେ ଅଣ୍ଡା ଓ କାଳି ମାଡରେ ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଥିଲେ।
Comments are closed.