Latest Odisha News

ଗିରଫ ହେଲେ ସସ୍ମିତା: ଚାକିରୀ ଦେବା ନାଁରେ ଠକି ଥିଲେ ଲକ୍ଷ ଲକ୍ଷ ଟଙ୍କା

ମାଲକାନଗିରି: ଗିରଫ ହେଲେ ପୂର୍ବ ବିଜେଡି ନେତ୍ରୀ ସସ୍ମିତା ମାଝୀ । ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଜଗତସିଂହପୁରରୁ ସସ୍ମିତାଙ୍କୁ ଗିରଫ କରିଛି ମାଥିଲି ପୋଲିସ । ବିଜେଡିରୁ ବହିଷ୍କାର ହୋଇଥିବା ମାଲକାନଗିରି ମୈଥିଲି ବ୍ଲକ ଜୋନ-୩ର ଜିଲ୍ଲା ପରିଷଦ ସଦସ୍ୟ ସସ୍ମିତା ମାଝି ଗତ ଦୁଇ ଦିନ ତଳେ ଲୋକ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ବିଦା ହୋଇଥିଲେ ।

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଠକେଇ ଅଭିଯୋଗରେ ପୂର୍ବରୁ ଏହି ମାମଲାରେ କେନ୍ଦ୍ରାପଡ଼ାର ରମେଶ ରାଉତଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ବିଜେଡିରୁ ବହିଷ୍କୃତ ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହେବା ପରେ ସେ କୁଆଡେ ଫେରାର ଥିଲେ । ଆଜି ତାଙ୍କୁ ଜଗତସିଂହପୁରରୁ ଗିରଫ କରିଛି ପୋଲିସ୍ ।

ତେବେ କହିରଖୁଛୁ, ଚାକିରି କରାଇ ଦେବା ନାଁରେ ଗିରଫ ରମେଶ ରାଉତ ନିଜକୁ ଭିକେ ପାଣ୍ଡିଆନଙ୍କ ଶଳା କହି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ରମେଶଙ୍କ ସହ ଆଉ ୨ ଜଣ ଏହି ରାକେଟରେ ସଂପୃକ୍ତ ଥିବା ନେଇ ମାମଲା ରୁଜ୍ଜୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ମାଥିଲିର ଜୋନ-୩ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କର ନାଁ ମଧ୍ୟ ଆସିଥିଲା । ଏନେଇ ମାଥିଲି ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। କାର୍ତ୍ତିକ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ୨୬ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିବା ବେଳେ ମାଧବ କୁମାରଙ୍କୁ ପିଇଓ ଚାକିରି କରାଇ ଦେବା ନାଁରେ ୧୦ ଲକ୍ଷ ୧୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଯାହା କେବଳ ମାଲକାନଗିରିରେ ନୁହେଁ, କୋରାପୁଟରୁ କେନ୍ଦ୍ରାପଡ଼ା ମଧ୍ୟ ବ୍ୟାପିଛି ବୋଲି ଜଣାପଡିଥିଲା । ଏନେଇ ପୋଲିସ୍ ଅଧିକ ତଦନ୍ତ କରୁଛି ।

Comments are closed.