Latest Odisha News

BREAKING NEWS

ଦଳରୁ ବହିଷ୍କାର ହେଲେ ବିଜେଡି ନେତ୍ରୀ, ଚାକିରୀ କରାଇବା ନାଁରେ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ବର: ଦଳରୁ ବହିଷ୍କାର ହେଲେ ବିଜେଡି ନେତ୍ରୀ ତଥା ମାଲକାନଗିରି ମାଥିଲି ବ୍ଲକ ଜୋନ-୩ର ଜିଲ୍ଲା ପରିଷଦ ସଦସ୍ୟ ସସ୍ମିତା ମାଝି । ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଲୋକ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବିଜେଡି ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା ।

ତେବେ କହିରଖୁଛୁ, ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଠକେଇ ଅଭିଯୋଗରେ କେନ୍ଦ୍ରାପଡ଼ାର ରମେଶ ରାଉତଙ୍କୁ ପୋଲସ ଗିରଫ କରିଥିବା ଘଟଣାରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ସୁପ୍ରିମୋ ।

ତେବେ ଚାକିରି କରାଇ ଦେବା ନାଁରେ ଗିରଫ ରମେଶ ରାଉତ ନିଜକୁ ଭିକେ ପାଣ୍ଡିଆନଙ୍କ ଶଳା କହି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ରମେଶଙ୍କ ସହ ଆଉ ୨ ଜଣ ଏହି ଘଟଣାରେ ସଂପୃକ୍ତ ଥିବା ନେଇ ମାମଲା ରୁଜ୍ଜୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ମାଥିଲିର ଜୋନ-୩ ବିଜେଡି ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କର ନାଁ ମଧ୍ୟ ଆସିଥିଲା । ଏନେଇ ମାଥିଲି ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। କାର୍ତ୍ତିକ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ୨୬ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିବା ବେଳେ ମାଧବ କୁମାରଙ୍କୁ ପିଇଓ ଚାକିରି କରାଇ ଦେବା ନାଁରେ ୧୦ ଲକ୍ଷ ୧୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଯାହା କେବଳ ମାଲକାନଗିରିରେ ନୁହେଁ, କୋରାପୁଟରୁ କେନ୍ଦ୍ରାପଡ଼ା ମଧ୍ୟ ବ୍ୟାପିଛି ବୋଲି ଜଣାପଡିଥିଲା । ଏନେଇ ପୋଲିସ୍ ଅଧିକ ତଦନ୍ତ କରୁଛି ।

Comments are closed.