Latest Odisha News

BREAKING NEWS

୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ: ସବୁଠି ବିଜେଡ଼ି ବାଜିମାତ

ଭୁବନେଶ୍ୱର : ଆଜି ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଉ ସବୁଠି ବିଜେଡି ହାତେଇଛି ଅଧ୍ୟକ୍ଷ ଆସନ।

ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ । ସେ ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷ ଥିଲେ । ଚଳିତ ଥର ବବିତା ପ୍ରଧାନ କିଶୋରନଗର ବ୍ଲକ ୧୧ ନମ୍ବର ଜୋନରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ପରିଷଦ ଭାବେ ନିର୍ବାଚନ ଲଢି ୪୨୧ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ଵନ୍ଦୀଙ୍କ ଠାରୁ ବିଜୟୀ ହୋଇଥିଲେ । ଅନୁଗୁଳ ଜିଲ୍ଲାର ମୋଟ ୨୮ ଟି ଆସନ ମଧ୍ୟରୁ ବିଜୁ ଜନତା ଦଳ ୨୭ ଟି ଆସନ ହଟେଇ ନେଇଛି ।

ସେହିଭଳି ନୂଆପଡା ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଡଲି ମାଝୀଙ୍କ ନାଁରେ ମୋହର ଲାଗିଛି । ଲଗାତାର ଚତୁର୍ଥ ପାଇଁ ଜିଲ୍ଲା ପରିଷଦ ଆସନ ଦଖଲ କରିଛି ବିଜେଡି । ଆଜି ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୧୦ ନମ୍ବର ଜୋନର ଡଲି ମାଝି ନିନ୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି ।

ଅନ୍ୟ ଜିଲ୍ଲାରେ ମଧ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇଛନ୍ତି । ଆଉ ସବୁଠି ବିଜେଡ଼ିର ବାଜିମାତ ହୋଇଛି ।

ବୌଦ୍ଧରୁ ପ୍ରଭାସିନୀ ଦାସ (ବିଜେଡି), ବଲାଙ୍ଗିର- ଦେବକୀ ସାହୁ (ବିଜେଡି),ବରଗଡ଼ରୁ ମାନିନୀ ଭୋଇ (ବିଜେଡି),ବାଲେଶ୍ୱରରୁ ନାରାୟଣ ପ୍ରଧାନ (ବିଜେଡି), ଭଦ୍ରକରୁ ପ୍ରଫୁଲ୍ଲ ଜେନା (ବିଜେଡି), କଟକରୁ କିଶୋର ଚନ୍ଦ୍ର ମିଶ୍ର (ବିଜେଡି),ଦେବଗଡ଼ରୁ କୌଶିକ କୁମାର ପ୍ରଧାନ (ବିଜେଡି),ଢେଙ୍କାନାଳରୁ ଅର୍ଚ୍ଚନା ପୁହାଣ (ବିଜେଡି),ଗଞ୍ଜାମରୁଅଞ୍ଜଳି ସ୍ୱାଇଁ (ବିଜେଡି),ଗଜପତିରୁ ଜି. ତିରୁପତି ରାଓ (ବିଜେଡି),ଝାରସୁଗୁଡ଼ାରୁ ତୁଳାବତୀ ମିଞ୍ଜ୍ (ବିଜେଡି) ଓ ଯାଜପୁରରୁ ନଳିନୀପ୍ରଭା ଜେନା (ବିଜେଡି) ବାଜିମାତ କରିଛନ୍ତି ।

ସେହିଭଳି ଜଗତସିଂହପୁରରୁ ମନୋଜ କୁମାର ଭୋଇ (ବିଜେଡି),ଖୋର୍ଦ୍ଧାରୁ ରୁପଶ୍ରୀରାଣୀ ଗୁମାନସିଂ (ବିଜେଡି),କେନ୍ଦୁଝର- ସାଗରିକା ସାହୁ (ବିଜେଡି),କଳାହାଣ୍ଡିରୁ ପୁଷ୍ପେନ୍ଦ୍ର କୁମାର ସିଂହଦେଓ (ବିଜେଡି),କନ୍ଧମାଳରୁ ନନ୍ଦିନୀ ମଲ୍ଲିକ (ବିଜେଡି),କୋରାପୁଟରୁ ସସ୍ମିତା  ମେଲେକା (ବିଜେଡି) ।

କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ (ବିଜେଡି),ମାଲକାନଗିରିରୁ ସମାରୀ ଟାଙ୍ଗୁଲୁ (ବିଜେଡି),ମୟୂରଭଞ୍ଜରୁ ଭାରତୀ ହାଂସଦା (ବିଜେଡି),ନବରଙ୍ଗପୁର- ମୋତିରାମ ନାୟକ (ବିଜେଡି),ନୂଆପଡ଼ାରୁଡଲି ମାଝୀ (ବିଜେଡି),ନୟାଗଡ଼- ଦେବାଶିଷ ପଟ୍ଟନାୟକ (ବିଜେଡି),ପୁରୀ- ସ୍ୱପ୍ନାରାଣୀ ସ୍ୱାଇଁ (ବିଜେଡି),ରାୟଗଡ଼ା- ସରସ୍ୱତୀ ମାଝୀ (ବିଜେଡି)ସମ୍ବଲପୁର- କୁମୁଦିନୀ ନାୟକ (ବିଜେଡି), ସୁବର୍ଣ୍ଣପୁର- ସୁପାର ଠେଲା (ବିଜେଡି),ସୁନ୍ଦରଗଡ଼- କୁନ୍ତୀ ପ୍ରଧାନ (ବିଜେଡି)ରେ ବାଜି ମାରିଛନ୍ତି ।

ଏଥର ତ୍ରିସ୍ତରୀୟ ପଞ୍ଚାୟ ନିର୍ବାଚନରେ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ସର୍ବାଧିକ ୭୬୬ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୪୨ ଓ କଂଗ୍ରେସ ୩୭ଟି ଆସନ ହାତେଇଛି। ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ମିଶି ୮ଟି ଆସନ ପାଇଛନ୍ତି।

ପୂର୍ବରୁ ୩୧୪ଟି ପଞ୍ଚାୟତ ସମିତି ବା ବ୍ଳକ୍ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରୁ ୮୭ ପ୍ରତିଶତରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

 

 

Comments are closed.