Latest Odisha News

BREAKING NEWS

ରୋହିତଙ୍କ ଛକାରେ ପ୍ରଶଂସକଙ୍କ ନାକ ଭାଙ୍ଗିଲା

ବାଙ୍ଗାଲୋର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ତେବେ ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଏକ ବିଶାଳ ଛକା ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଛକା ଯୋଗୁ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରୁଥିବା ଜଣେ ପ୍ରଶଂସକଙ୍କ ନାକ ଭାଙ୍ଗିଯାଇଛି ।

BjdElectrycity

ଡି କର୍ପୋରେଟ ବକ୍ସରେ ବସିଥିବା ଏହି ୨୨ ବର୍ଷୀୟ ଯୁବକଙ୍କୁ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରାଯିବା ସହ ଏକ୍ସ ରେ ଏବଂ ଅନ୍ୟ ରିପୋର୍ଟକୁ ଅନୁଧ୍ୟାନ କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ନୁହେଁ ବୋଲି ଡାକ୍ତର କହିଛନ୍ତି ।

Comments are closed, but trackbacks and pingbacks are open.