Latest Odisha News

BREAKING NEWS

ଦଳ ଛାଡିବାର ପ୍ରଶ୍ନ ଉଠୁନି: ରବିନ୍ଦ୍ର ଜେନା

ବାଲେଶ୍ୱର: ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା । କହିଛନ୍ତି ନିଜ ପାଇଁ ଆଉ ମାଗିବେନି ଭୋଟ୍ । ଏପରିକି ଗତ ଜାନୁଆରୀ ମାସରୁ ସେ ଏନେଇ ଘୋଷଣା କରିସାରିଥିବା ସୂଚନା ଦେଇଛନ୍ତି ।

ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ସେ ପ୍ରବଳ ଦାବିଦାର ଥିବା ଚର୍ଚ୍ଚା ହେଉଥିଲା । ଏପିରିକି ତିନିତିନି ଥରର ବିଧାୟକ ଜୀବନ ପ୍ରଦୀପ ଦାସ ଗୋଷ୍ଠୀ ସହ ରବି ଜେନା ଗୋଷ୍ଠୀର ଛକାପଂଝା ଲାଗି ରହିଥିବା କୁହାଯାଉଥିଲା । ଅସନ୍ତୁଷ୍ଟ ହୋଇ ଦଳ ଛାଡିପାରନ୍ତି ବୋଲି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରବି ଜେନା । ଦଳ ଯାହାକୁ ପ୍ରାର୍ଥୀ କରିବ ତାଙ୍କ ପାଇଁ ପ୍ରଚାର କରିବେ ବୋଲି ସେ ଆଜି ସ୍ପଷ୍ଟ କରିଦେଇଛନ୍ତି। ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସହ ରୁଦ୍ଧଦ୍ୱାର ବୈଠକ ପରେ ଏହି ସୂଚନା ଦେଇଛନ୍ତି ରବି ଜେନା ।

ଗତକାଲି ମଧ୍ୟ ଜିଲ୍ଲାର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ନେଇ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଜେପି ହାତରୁ ଏହି ଆସନ ଛଡାଇ ଆଣିବା ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେବା ଆଗରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେଡି । ତେଣୁ ପ୍ରଥମେ ଦଳ ଭିତରେ ଥିବା ଅସନ୍ତୋଷକୁ ଦୂର କରି ଆଗକୁ ବଢିବାକୁ ଚାହୁଁଛି । ତେବେ ଦଳର ପ୍ରାର୍ଥୀ କିଏ ହେବେ, ବିଜେଡି ସୁପ୍ରିମୋ ହିଁ ନିଷ୍ପତି କରିବେ ବୋଲି ଦଳର ନେତାମାନେ କହିଛନ୍ତି ।

Leave A Reply

Your email address will not be published.