Latest Odisha News

ଗୁପଚୁପ୍ ଖାଉ ଖାଉ ଚାଲିଗଲା ମହିଳାଙ୍କ ପ୍ରାଣ

ସୁନ୍ଦରଗଡ: ଏମିତିବି ଆସେ ମୃତ୍ୟୁ । ଗୁପଚୁପ ଖାଉ ଖାଉ ଚାଲିଗଲା ମହିଳାଙ୍କ ପ୍ରାଣ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଦା ଥାନା ଅଞ୍ଚଳରେ । ଗୁପଚୁପ ଖାଇବାର ଭାରି ମୂଲ୍ୟ ଦେବାକୁ ପଡିଛି ମହିଳାଙ୍କୁ ।

ମୃତ ମହିଳାଙ୍କ ନାମ ହେଉଛି ନାମ ଫୁଲମତି କିଷାନ (୩୦)। ଖବର ଅନୁଯାୟୀ ମହିଳା ଜଣକ ସ୍ଥାନୀୟ ଜଣେ ବିକ୍ରେତାଙ୍କଠାରୁ ଗୁପଚୁପ କିଣି ଘରକୁ ଆଣିଥିଲେ। ତାଙ୍କ ସ୍ୱାମୀ ଏବଂ ପୁଅଙ୍କ ସହ ଘରର ବସି ଖାଉଥିଲେ । ଏହି ସମୟରେ ଗୁପଚୁପର ଏକ ଅଂଶ ତାଙ୍କ ଖାଦ୍ୟ ନଳୀରେ ଅଟକି ଯାଇଥିଲା, ଯାହା ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.