ଭୁବନେଶ୍ୱର: ‘ଡବଲ ଇଞ୍ଜିନ ସରକାରରେ ଡବଲ ମହଙ୍ଗା ମାଡ । ସାତ ମାସ ହେଲାଣି ସରକାରକୁ ଆସିଲେଣି, ଖାଲି ଲମ୍ବା ଲମ୍ବା ଭାଷଣ ମାରୁଛନ୍ତି ହେଲେ ସରକାରଙ୍କ କାମ ଘର ଶୂନ ।’ ଆଜି ଦରଦାମକୁ ନେଇ ବିଜେଡି ବିକ୍ଷୋଭ କରୁଥିବା ବେଳେ ବିକ୍ଷୋଭସ୍ଥଳରେ ସରକାରଙ୍କୁ କଡା ନିଶାନା ସାଧି କିଛି ଏପରି କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ନବୀନ କହିଛନ୍ତି, ବିଜେପି ଜନ ମାସରୁ ସରକାରକୁ ଆସିଲାଣି । ୭ ମାସ ହେଲାଣି ଖାଲି ଭାଷଣ ମାରୁଛି, କାମରେ କିଛି ନାହିଁ । ଦରଦାମ୍ ବଢି ବଢି ଚାଲିଛି । ହେଲେ ସରକାରଙ୍କ କୌଣସି ପଦକ୍ଷେପ ନାହିଁ । ଡାଲି, ତେଲ, ପରିବାଠୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଦର ଆକାଶ ଛୁଆଁ ହୋଇଛି । ବଜାରରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଆଉ ସବୁ ଜିନିଷ ଉପରେ ଜିଏସଟି ମାଡ । ଡବଲ ଇଞ୍ଜିନ୍ ସରକାରରେ ଡବଲ ମାଡ ହେଲେ ଖାଲି ଲୋକଙ୍କୁ ଆଈ ମା’ କାହାଣୀ କହୁଛନ୍ତି । ଇଏ ଏମଏମ ସରକାର ନୁହେଁ ମହଙ୍ଗା ମାଡ ସରକାର ବେଶଲି କହି ଟାର୍ଗେଟ କରିଛନ୍ତି ନବୀନ ।
ନବୀନ ଆହୁରି ମଧ୍ୟ କହିଛନ୍ତି, ଏ ସରକାର ଦାବି କରୁଛନ୍ତି ଲୋକଙ୍କ ସରକାର ବୋଲି, ହେଲେ ତାଙ୍କ କାର୍ଯ୍ୟକଳାପ ସେଭଳି ଜଣାପଡୁନି ବୋଲି କହିଛନ୍ତି ନବୀନ । ସାଧାରଣ ଲୋକଙ୍କ ପାଇଁ ଏବେ ବଞ୍ଜିବା କଷ୍ଟକର ହେଲାଣି । ଅଦିନିଆ ବର୍ଷାରେ ଫସଲ ହାନି ଯୋଗୁଁ ଚାଷୀ କାନ୍ଦୁଛି । ମା’ ମାଦେ ବି କାନ୍ଦଉଛନ୍ତି । ହେଲେ ସରକାର କୁମ୍ଭକଣ୍ଣ ନିଦ୍ରାରେ ଶୋଇଛନ୍ତି । ମିଛ କହି.. ମିଛ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଛି । ଏବେ ତାର ଅସଲି ମୁଖା ଖୋଲିବାକୁ ଯାଉଛି ବୋଲି କଟାକ୍ଷ କରିଛନ୍ତି ନବୀନ ।