ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶାସକ ବିଜୁ ଜନତା ଦଳ ଅରାଜକତା ସୃଷ୍ଟି କରୁଛି ବୋଲି ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି(ବିଜେପି)। ଗୁରୁବାର ବ୍ରହ୍ମପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଏହି ନିର୍ବାଚନ ମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକରେ ଚାଲିଥିବା ବିଭିନ୍ନ ଦୁର୍ନୀତିର ପର୍ଦାଫାସ୍ କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି ସୂଚନା ଅଧିକାର କର୍ମୀ ବିଶ୍ୱମ୍ବର ପାତ୍ର। ଗତ ୧୯ ତାରିଖରେ ବ୍ଲକ କାର୍ଯ୍ୟାଳୟ ପରିସରରୁ ତାଙ୍କୁ ବିଜେଡ଼ିର କେତେକ ନେତା ଅପହରଣ କରିନେଇଥିଲେ। ଗୋଟିଏ ନିର୍ଜନ ଆମ୍ବତୋଟାକୁ ବିଶ୍ୱମ୍ବରକୁ ନେଇ ପ୍ରବଳ ମାଡ଼ ମାରିବା ପରେ ଛାଡ଼ି ଦିଆଯାଇଥିଲା। ତାଙ୍କ ପାଖରୁ ଦୁର୍ନୀତି ସଂପର୍କିତ ବିଭିନ୍ନ କାଗଜପତ୍ର ଛଡ଼ାଇ ନିଆଯାଇଥିଲା। ଏପରିକି ଏକ ଷ୍ଟାମ୍ପ ପେପରରେ ତାଙ୍କ ଦସ୍ତଖତ ନିଆଯାଇଛି। ଏନେଇ ଥାନାରେ ଅଭିଯୋଗ ନ କରିବା ପାଇଁ ତାଙ୍କ ଉପରେ ଚାପ ପକାଯିବା ସହିତ ଧମକ ଦିଆଯାଇଥିଲା। ବିଜେଡ଼ିର କିଛି ନେତା ତାଙ୍କୁ ବାରମ୍ବାର ଫୋନ୍ କରୁଥିଲେ। ତଥାପି ବିଶ୍ୱମ୍ବର ଏନେଇ ୫ଜଣଙ୍କ ନାମରେ ଗୋଳନ୍ଥରା ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି। ପୂର୍ବରୁ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ଜେଲ୍ ଯାଇଥିବା ବିଜେଡ଼ିର ଜଣେ ନେତା ଏହି ଅପହରଣ ପଛରେ ରହିଛନ୍ତି। ଘଟଣାକୁ ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ୍ ଚୁପ୍ ବସିଛି। ଯଦି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯାଏ, ତେବେ ବିଜେପି ଆନ୍ଦୋଳକୁ ଓହ୍ଲାଇବ ବୋଲି ଜିଲା ସଭାପତି ଜେନା ଚେତାବନୀ ଦେଇଛନ୍ତି। ସେ ଆହୁରୀ କହିଥିଲେ ଯେ, ଶାସକ ଦଳର ଛତ୍ରଛାୟା ତଳେ ରହି ଅସାମାଜିକମାନେ ରଙ୍ଗେଇଲୁଣ୍ଡା ବ୍ଲକ ବା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଆତଙ୍କରାଜ୍ ଚଲାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଯେଉଁ ଖାସ୍ ଲୋକଙ୍କୁ ଏହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦେଇଛନ୍ତି, ସେ ଅରାଜକତାକୁ ପ୍ରଶ୍ରୟ ଦେଉଛନ୍ତି। ଦୁର୍ନୀତି ଏବଂ ସରକାରୀ ଯୋଜନା ହଡ଼ପ ଚରମସୀମାରେ ପହଞ୍ଚିଛି। ଏହାକୁ ନେଇ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ବିଜେପି ଜିଲା ସଭାପତି ଜେନା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲା ସଭାପତି କାହ୍ନୁଚରଣ ପତି, ବରିଷ୍ଠ ନେତା ସରୋଜ ସାବତଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ତେବେ ବିଜେପିର ଏଭଳି ଅଭିଯୋଗ ନେଇ ବିଜେଡ଼ିର ପ୍ରତିକ୍ରୀୟା ମିଳିନାହିଁ।
BREAKING NEWS
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
Comments are closed.