Latest Odisha News

ଜାନୁଆରୀରେ ପୋଲାଭରମ ଲଢେଇ ଲଢିବ ବିଜେଡି

ଭୁବନେଶ୍ବର: ଜାନୁଆରୀରେ ପୋଲାଭରମ ଲଢେଇ ଲଢିବ ବିଜେଡି । ରାସ୍ତାକୁ ଓହ୍ଲାଇବ । ଆନ୍ଦୋଳନ କରିବ  । ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳକୁ ପରାମର୍ଶ ଦେଇଛନ୍ତି । ମୋଟୁରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ହେବ ।

ଏନେଇ ବିଜେଡି କହିଛି, ନବୀନ କହିଛନ୍ତି- ମୁଁ ବି ଲଢ଼ିବି, ତୁମେ ବି ଶେଷ ଯାଏଁ ଲଢ଼ । ଆନ୍ଦୋଳନ ନେଇ ମାଲକାନଗିରି ବାସିନ୍ଦା ମତାମତକୁ ଅପେକ୍ଷା କରାଯାଇଛି । ସେମାନଙ୍କ ମତାମତ ଆସିବା ପରେ, ଆଗାମୀ ଦିନରେ ଆନ୍ଦୋଳନର ରୂପରେଖ ସ୍ଥିର ହେବ।

ଜୁଲାଇ ଓ ଅଗଷ୍ଟରେ ବିଜେଡି ଟିମ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ନବୀନ ପଟ୍ଟନାୟକଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେଇଥିଲା । ତାଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଏଁ ବିଜେଡିର ୭ ଜାଣିଆ ଟିମ ଓ ୭ ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, ସିଡବ୍ଲୁସି, ଆଦିବାସୀ ବ୍ୟାପାର ବିଭାଗ ଆଦିବାସୀ କମିସନଙ୍କୁ ଭେଟିଥିଲା । ଆଜି ସେ ସମ୍ପର୍କରେ ନବୀନଙ୍କୁ ଅବଗତ କରାଗଲା । ଜାନୁଆରୀରୁ ହେବାକୁ ଥିବା ଆନ୍ଦୋଳନ ସବୁ ବର୍ଗଙ୍କୁ ନେଇ ହେବ । ଏହା ଓଡ଼ିଶାବାସୀ ଓ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ବୋଲି ବିଜେଡି କହିଛି।

ତେବେ ପୋଲାଭରମ ପ୍ରକଳ୍ପ ନେଇ ଆଜି ବିଜେଡିର ନେତାମାନେ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିବା ଅବସରରେ ନବୀନ ଆନ୍ଦୋଳନ ନେଇ ବର୍ତ୍ତା ଦେଇଥିବା କହିଛି ବିଜେଡି ।

ତେବେ କହିରଖୁଛୁ, ଆନ୍ଧ୍ରର ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ‌ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳର କିଛି ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।  ଏହି ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷତିକୁ ବିରୋଧ କରି ବିଜେଡି ଏକ ବିଶାଳ ଆନ୍ଦୋଳନ ପାଇଁ ଡାକରା ଦେଇଛି ।

Leave A Reply

Your email address will not be published.