Latest Odisha News

BREAKING NEWS

ଆରମ୍ଭ ହେଲା ବିଜେଡିର ‘ସଭ୍ୟ ସଂଗ୍ରହ ଅଭିଯାନ’, ପ୍ରତିଘରେ ପହଞ୍ଚିବାକୁ ସଂକଳ୍ପ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଦଳ ଲାଗି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବିଜେପି ମୁଖ୍ୟାଳୟରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସେ ଆଜି ୨୪ ଜଣଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟ ଭାବେ ଏବଂ ନିଜକୁ ଏକାମ୍ର ବିଧାନସଭା କ୍ଷେତ୍ରର ଜଣେ ସକ୍ରିୟ ସଦସ୍ୟ ରୂପେ ନାମାଙ୍କିତ କରିବା ପରେ ଏହି ଅଭିଯାନ ଆରମ୍ଭ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ବିଜେଡି ପୁଣି ଲୋକଙ୍କ ସହ ସାକ୍ଷାତ କରିବ ଏବଂ ସଭ୍ୟ ସଂଗ୍ରହ ଅଭିଯାନ ମାଧ୍ୟମରେ ଦଳକୁ ଅଧିକ ସୁଦୃଢ କରିବା ଲାଗି ସେମାନଙ୍କ ଆର୍ଶିବାଦ ନେବ । “ମୋତେ ପୂର୍ଣ୍ଣ ବିଶ୍ୱାସ ଯେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଲୋକଙ୍କ ସହଯୋଗ ପାଇ ସଫଳ ହେବ” ।

ଏହି ସଭ୍ୟ ସଂଗ୍ରହ ଅଭିଯାନ ଅକ୍ଟୋବର ୩୧ ଯାଏଁ ଚାଲିବ । ପ୍ରାୟ ୧ କୋଟି ସଭ୍ୟ ସଂଗ୍ରହ ଲାଗି ଦଳ ଳକ୍ଷ୍ୟ ରଖିଛି ବୋଲି ଏହି ଅଭିଯାନ କମିଟିର ସଂଯୋଜକ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯାନ ଉପରେ ନଜର ରଖିବା ଲାଗି ଏକ ରାଜ୍ୟ ସ୍ତରୀୟ କମିଟିର ଗଠନ କରାଯାଇଥିଲା ।

Leave A Reply

Your email address will not be published.