Latest Odisha News

BREAKING NEWS

ପୁରୀ ବଡଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ସରକାରଙ୍କୁ ସମାଲୋଚନା କଲେ ପୂର୍ବତନ ବିଜେଡି ସାଂସଦ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର ଉଚ୍ଛେଦ ପ୍ରସଙ୍ଗକୁ ନେଇ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀ।

ଏହି ଉଚ୍ଛେଦ ପ୍ରକ୍ରିୟା ବେଆଇନ ହୋଇନପାରେ କିନ୍ତୁ ଏହାପ୍ରକାର ବେପରୁଆ ଓ ଅଶିଷ୍ଟତା । ଶହଶହ ବର୍ଷର ପୁରୁଣା କୋଠା ତଥା ମଠଗୁଡିକୁ ସଂରକ୍ଷିତ କରି ରଖିବା ବଦଳରେ ଏଗୁଡିକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରାଯାଉଛି । ମୁଁ ବାରଣାସୀ ଭଳି ଉଚ୍ଛେଦ ଠାରୁ ରୋମ୍ ଭଳି ସଂରକ୍ଷଣକୁ ପସନ୍ଦ କରେ ବୋଲି ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସ୍ମାରକକୁ ନଷ୍ଟ କରିବା ସହଜ ଅଟେ କିନ୍ତୁ ତାହାକୁ ନିର୍ମାଣ କରିବା ବହୁତ କଷ୍ଟକର ହୋଇଥାଏ । ପୁରୀ ଏମାର ମଠ ହେଉଛି ଦ୍ୱାଦଶ ଶତାବ୍ଦୀର ନିର୍ମାଣ, ଯାହା ଏବେ ଧ୍ୱସାଂଭିମୁଖୀ । ମୁଁ ଆଶ୍ୱର୍ଯ୍ୟ ଯେ, ଆମେ ଭାରତୀୟ ଅତୀତକୁ ପ୍ରଶଂସା କରିବା ବଦଳରେ ଆମେ ପୂର୍ବଜମାନଙ୍କୁ ଦୋଷ ଦେଇଥାଉ । ଆମେ ଏକ ବିକୃତ ଇତିହାସ ସୃଷ୍ଟି କରୁଥିବା ନେଇ ମୁଁ ଅନୁଭବ କରୁଛି । ଏବେ ପୁରୀ ବଡଦାଣ୍ଡର ରୂପରେଖ ବଦଳୁଛି । ଐତିହ୍ୟର ସଂରକ୍ଷଣ ଭବିଷ୍ୟତର ଆଗାମୀ ପିଢିମାନଙ୍କୁ ସଂସ୍କୃତି ସମ୍ପର୍କରେ ସମ୍ୟକ୍ ଧାରଣା ତଥା ବୁଝିବା ଲାଗି ସହାୟ ହୋଇଥାଏ ।

ଏହି ପୂର୍ବତନ ସାଂସଦଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି “ମୁଁ ଜାଣିନାହିଁ, ଅନ୍ୟମାନେ କିପରି ସଂସ୍କୃତିର ବାଖ୍ୟା କରୁଛନ୍ତି । ଯଦି ଜଗନ୍ନାଥ ମନ୍ଦିର ଓ ପୁରୀକୁ ସୁଶୋଭିତ କରାଯାଉଛି, ତେବେ ଆମେ ତାହାକୁ ଦୁନିଆର ସର୍ବଶ୍ରେଷ୍ଠ ଐତିହ୍ୟ ସ୍ଥଳୀ ଭାବେ ପରିଚିତି କରାଇପାରିବା ।

Leave A Reply

Your email address will not be published.