Latest Odisha News

BREAKING NEWS

ବିଜେପି ସଦସ୍ୟଙ୍କ ଉପରକୁ ଗାଡ଼ି ଚଢ଼ାଇବା ଅଭିଯୋଗରେ ବିଜେଡି ନେତା ଗିରଫ

ସମ୍ବଲପୁର: ସମ୍ବଲପୁରର ରେଢାଖୋଲରେ ରବିବାର ଦିନ ବିଜେଡି କାଉନସିଲର ରାଜୀବ ଲୋଚନ ପ୍ରଧାନଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ବିଜେପି ଜିଲ୍ଲା ପରିଷଦ ସଦସ୍ୟଙ୍କ ଉପରେ ଗାଡ଼ି ଚଢ଼ାଇବା ଅଭିଯୋଗ ରହିଥିଲା।

ତେବେ ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା। ଯାହାପରେ ସେ ଫେରାର ହୋଇଯାଇଥିଲେ। ଗତ ଏପ୍ରିଲ ୧୨ ତାରିଖ ହନୁମାନ ଜୟନ୍ତୀ ରାଲି ପୂର୍ବରୁ ପତାକାଗୁଡ଼ିକ ତଦାରଖ କରୁଥିବା ସମୟରେ ଏହି ଘଟଣା ଘଟିଥିବା କଥା ବିଜେପି ନେତା ଶରତ ପ୍ରଧାନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ତେବେ ପୂର୍ବତନ ବିଜେଡି କାଉନସିଲର ଗାଡ଼ିକୁ ତାଙ୍କ ଉପରେ ଚଢ଼ାଇବାକୁ ଚେଷ୍ଟା କରିବାରୁ ସେ ରାସ୍ତାକୁ ଡେଇଁ ପଡ଼ିଥିଲେ। ଯାହା ପରେ ସେ ରେଢାଖୋଲ ଥାନାରେ ଅଭିଯୋଗ କରିଥିଲେ।

ଅପରପକ୍ଷରେ ବିଜେଡି ନେତା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

 

Comments are closed.