Latest Odisha News

BREAKING NEWS

ବିଜେଡିରୁ ଇସ୍ତଫା ଦେଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର

ଭୁବନେଶ୍ଵର: ନିର୍ବାଚନରେ ପରାଜୟ ପରେ ଦିନକୁ ଦିନ ବିଜେଡିର ଅବସ୍ଥା ଖରାପ ହେବାରେ ଲାଗିଛି । ପ୍ରତିଦିନ ବିଜେଡି ଗୋଷ୍ଠି କନ୍ଦଳର ଚିତ୍ର ସାମ୍ନାକୁ ଆସୁଥିବା ବେଳେ ସେପଟେ ଦଳ ଛାଡୁଛନ୍ତି କର୍ମକର୍ତ୍ତା । ଗତ କିଛି ଦିନ ତଳେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଦଳ ଛାଡ଼ିଥିଲେ । ଆଉ ଏବେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର । ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ।

ତେବେ ତାଙ୍କୁ କରାଯାଇଥିବା କାରଣ ଦର୍ଶାଅ ନୋଟିସକୁ ନେଇ ସେ ବ୍ୟଥିତ ଏବଂ ମର୍ମାହତ ଥିବା କହିଛନ୍ତି । କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ନୋଟିସ୍ କରାଯାଇଛି ବୋଲି କହିଛନ୍ତି ବିଜୟଲକ୍ଷ୍ମୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସର ପ୍ରତ୍ୟକ ପଦକ୍ଷେପକୁ ପଛରେ ରହି ଡି.ଏସ୍ କୁଟ୍ଟେ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଥିଲେ। ସଚ୍ଚୋଟ ଲୋକଙ୍କର ଏଠି କୌଣସି ସ୍ଥାନ ନାହିଁ କିନ୍ତୁ ଏଠି ଯାହାର କଳାଧନ ଅଛି, ସିଏ ଦୁର୍ନୀତି କଲେ ମଧ୍ୟ ତାଙ୍କୁ ସୁରକ୍ଷା ଦିଆଯିବ। ଭୁବନେଶ୍ବର ଜିଲ୍ଲା ବିଜୁ ମହିଳା ଦଳର ସଭାନେତ୍ରୀ ଥାଇ ମଧ୍ୟ ଦୁଇ ବର୍ଷ ପର୍ଯ୍ୟନ୍ତ ନ୍ୟାୟ ପାଇଁ ମୁଁ ଲଢୁଥିଲି କିନ୍ତୁ ଜଣେ ଦୁର୍ନୀତିଖୋରଙ୍କୁ ସୁରକ୍ଷା ମିଳିଲା ବୋଲି ଇସ୍ତଫା ପତ୍ରରେ ଲେଖିଛନ୍ତି ବିଜୟଲକ୍ଷ୍ମୀ।

କହିରଖୁଛୁ ଯେ କିଛି ଦିନ ତଳେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜୟଲକ୍ଷ୍ମୀଙ୍କୁ କାରଣଦର୍ଶାଅ ନୋଟିସ୍ କରିଥିଲା ବିଜେଡି । ସେପଟେ ବିଜୟଲକ୍ଷ୍ମୀଙ୍କ ଏହି ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.