Latest Odisha News

BREAKING NEWS

ଛତିଶଗଡ ପୋଲିସ ଦ୍ୱାରା ବିଜେଡି ନେତା ଅଟକ

ଝାରସୁଗୁଡା: ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଛତିଶଗଡ ପୋଲିସର ଏକ ଟିମ୍ ବିଜେଡି ନେତା ଅନୁପ କୁମାର ସାଏଙ୍କୁ ବୁଧବାର ରାତିରେ ତାଙ୍କ ଘରୁ ଉଠାଇ ନେଇଛି।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ତାଙ୍କୁ ପଚରାଉଚରା କରୁଛି ପୋଲିସ ।

“ଆମେ ଏବେ ଅନୁପ ସାଏଙ୍କୁ ପଚରାଉଚରା କରୁଛୁ । ଏଯାବତ୍ ତାଙ୍କୁ ଗିରଫ କରାଯାଇନଥିବା ବେଳେ ଠୋସ୍ ପ୍ରମାଣ ମିଳିଲେ ଶ୍ରୀ ସାଏଙ୍କୁ ଗିରଫ କରାଯାଇପାରେ” ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ରାୟଗଡ ଏସପି ଏଲ୍ ଅଭିଷେକ ବର୍ମା ।

ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନିଥର କଂଗ୍ରେସ ଟିକେଟରୁ ଜିତିଥିବା ଶ୍ରୀ ସାଏ ୨୦୧୪ ମସିହାରେ ଦଳ ଛାଡି ବିଜେଡିରେ ମିଶିଥିଲେ ।

ଆହୁରି ମଧ୍ୟ ୨୦୧୯ ମସିହା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ଆସନରେ ତାଙ୍କୁ କ୍ୟାମ୍ପେନ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଯେଉଁଠି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢିଥିଲେ ।

ଗତ ୨୦୧୯ ମସିହା ଅଗଷ୍ଟ ମାସରେ ତାଙ୍କୁ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.