Latest Odisha News

BREAKING NEWS

ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିଦେଲେ ପୂର୍ବତନ ବିଧାୟକ

ଭୁବନେଶ୍ଵର: ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେଲେ ବିଜେଡି ନେତା ତଥା ପୂର୍ବତନ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦେଲେ ଉକ୍ତ ମହିଳା ସାମ୍ବାଦିକ । ଖବର ସଂଗ୍ରହ ପାଇଁ ରଘୁନନ୍ଦନଙ୍କ କ୍ବାର୍ଟର୍ସକୁ ଯାଇଥିଲେ ସାମ୍ବାଦିକା । ସେଠାରେ ରଘୁନନ୍ଦନ ତାଙ୍କ ଉପରେ କୁକୁର ଛାଡ଼ିଦେବାକୁ କହିଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକା ।

ସୂଚନା ଅନୁସାରେ, ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା ଚାଲିଛି । ସେନେଇ ଏବେ ରାଜ୍ୟ ରାଜନୀତି ଗରମ । ତେବେ ପ୍ରଣବଙ୍କ ଘର ପାଖକୁ ଲାଗି ରହିଥିବା ପୂର୍ବତନ ବିଧାୟକ ରଘୁ ନନ୍ଦନ ଦାସଙ୍କ ସରକାରୀ କ୍ୱାର୍ଟର୍ସ ଭିତରକୁ ଖବର ସଂଗ୍ରହ ପାଇଁ ପଶିଯାଇଥିବା ବେଳେ ବିନା ଅନୁମତିରେ କ୍ଵାର୍ଟର୍ସ ଭିତରକୁ କାହିଁକି ଆସିଲ କହି କୁକୁର ଛାଡିଦେବାକୁ ତାଙ୍କ ସହଯୋଗୀଙ୍କୁ କହିଥିଲେ। ଏହା ପରେ ରଘୁନନ୍ଦନଙ୍କ ସହଯୋଗୀ କୁକୁରକୁ ଛାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକା । ସେପଟେ କିନ୍ତୁ ସାମ୍ବାଦିକାଙ୍କ ଅଭିଯୋଗ ନେଇ ଏଯାବତ୍ ରଘୁନନ୍ଦନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.