ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ରଘୁନାଥ ମହାନ୍ତି ଓଡିଶା ଉଠା ଜଳସେଚନ ନିଗମ (ଓଏଲଆଇସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।
ଏଥିସହିତ ସେ ପାର୍ଟିର ଉପାଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି ।
ସେ ନବୀନ ନିବାସରେ ପହଞ୍ଚି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।
ନିଜର ବ୍ୟକ୍ତିଗତ କାରଣରୁ ସେ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ ବିଜେଡିର ବରିଷ୍ଠ ନେତା ଜଣଙ୍କ ଶନିବାର ଦିନ ଓଡିଶା ଉଠା ଜଳସେଚନ ନିଗମ (ଓଏଲଆଇସି) ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।
Comments are closed.