Latest Odisha News

BREAKING NEWS

ବଲାଙ୍ଗିର: ବେଆଇନ ମଦ ବିକ୍ରି ଅଭିଯୋଗରେ ୩ ଅଟକ

ବଲାଙ୍ଗିର : ବଲାଙ୍ଗିରର କଣ୍ଟାବାଜି ରେଲୱେ ଷ୍ଟେସନ ନିକଟରେ ପୋଲିସ ଏକ ବେଆଇନ ମଦ ଦୋକାନ ଉପରେ ଚଢାଉ କରିବା ସହ ୩ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ଏସଡିପିଓ ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜିଆରପି ଓ ଆରପିଏଫ୍ ପୋଲିସ ମିଳିତ ଉଦ୍ୟମରେ ଏକ ଟିମ୍ ଚଢାଉ କରିଥିଲା । ଚଢାଉ ବେଳେ ଦୋକାନରେ ଥିବା ସମସ୍ତ ମଦ ବୋତଲକୁ ପୋଲିସ ଜବତ କରିଛି ।

ଅପରପକ୍ଷରେ ଗିରଫ ବ୍ୟକ୍ତିମାନଙ୍କ ପରିଚୟ ହସ୍ତଗତ ହୋଇପାରିନାହିଁ ।

ତେବେ ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.