Latest Odisha News

BREAKING NEWS

ବିଜୁ ଯୁବ ଜନତା ଦଳ ସଭାପତି ସୌମ୍ୟଜିତ ମହାପାତ୍ରଙ୍କ ସହ ବହୁ କର୍ମୀ ବିଜେପିରେ ଯୋଗଦେଲେ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବାବେଳେ ବର୍ତ୍ତବାନ ଦଳ ଡିଆଁ ପର୍ବ ଜାରି ରହିଛି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସୌମ୍ୟଜିତ୍ ମହାପାତ୍ର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାପାତ୍ରଙ୍କ ସହ ଜିଲ୍ଲା ସମ୍ପାଦକ ସୁନିଲ କୁମାର ବିଶ୍ୱାଳ, ବିଶ୍ୱଭୂଷଣ ସାସମଲ୍‌, ଜିଲ୍ଲା ସମ୍ପାଦକ ଅରୁଣ କୁମାର ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଦୀପକ କୁମାର ଦାସ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ତଥା ସାଧାରଣ ସମ୍ପାଦକ ଭୂପିନ୍ଦର ଯାଦବ, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ ଉତ୍ତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ ଜଣାଇଥିଲେ ।

ଏହି ଅବସରରେ ଓଡ଼ିଶାରେ ଚାଲିଥିବା ଅଣଓଡ଼ିଆ ଶାସନକୁ ସମୂଳେ ଧ୍ୱଂସ କରି ବିଜେପି ସରକାର ଗଠନ କରିବା ଓଡ଼ିଶାବାସୀଙ୍କ ଲକ୍ଷ୍ୟ । ବିଜେଡି ୨୫ ବର୍ଷ ଧରି ଅନ୍ୟାୟ, ଅନିତି, ଦୁର୍ନୀତି, ଭ୍ରଷ୍ଟାଚାର ଚଳାଇଛି, ବ୍ୟଭିଚାରୀ ଶାସନକୁ ହଟାଇବା ପାଇଁ ଓଡ଼ିଶାର ଲୋକେ ସଚେତନ ହୋଇଛନ୍ତି । ଏଥିଲାଗି ବିଜୁ ଯୁବ ଜନତା ଦଳର ଶତାଧିକ ନେତା ଓ କାର୍ଯ୍ୟକର୍ତା ବିଜେପିରେ ଯୋଗ ଦେଇଥିବା ବିଜେପି ପକ୍ଷରୁ କୁହାଯାଇଛି ।

 

Comments are closed.