Latest Odisha News

‘ରାଜନୀତି କରିବା କି କ୍ଷମତା ପାଇଁ ଆସି ନାହାଁନ୍ତି ମୁଖ୍ୟମନ୍ତ୍ରୀ,ସେ ଆସିଛନ୍ତି ଲୋକଙ୍କ ସେବା କରିବା ପାଇଁ’

କଟକ: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ସାଲେପୁରରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ କରିଛନ୍ତି ମାରାଥନ ପ୍ରଚାର ।ସେ ଆରମ୍ଭରୁ ରାଜ୍ୟ ସରକାରଙ୍କ ପ୍ରଶଂସା କରି କହିଛନ୍ତି ଯେ, ରାଜ୍ୟର ସବୁ ବିକାଶ ଓ କଲ୍ୟାଣ କାମ ନବୀନ ପଟ୍ଟନାୟକ କରିଛନ୍ତି । ୨ଦିନିଆ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଆଜି ଆୟୋଜିତ ଅନୁଗୁଳ, କଟକ ସଭାରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ଟାର୍ଗେଟ କରିଥିଲେ । ଯାହାର ଜବାବ୍ ସାଲେପୁର ସଭାରେ ପାଣ୍ଡିଆନ ରଖିଛନ୍ତି । ସେ ହକିଛନ୍ତି ,ପ୍ରଧାନମନ୍ତ୍ରୀ ରଖିଥିବା ୩ଟି ପ୍ରଶ୍ନର ଉତ୍ତର ଦେବି ମାନ୍ୟବର ପ୍ରଧାନମନ୍ତ୍ରୀ କହୁଛନ୍ତି ଚାଷୀଭାଇମାନେ ଏମଏସପି ୨୩୦୦ ଟଙ୍କା ପାଉଛନ୍ତି । ବିଜେପି ସରକାର ଆସିଲେ ସେମାନେ ୩୧୦୦ଟଙ୍କା କରିବେ। ଏମଏସପି ଦାୟିତ୍ୱ କେନ୍ଦ୍ର ସରକାରଙ୍କର, ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହେଁ ବୋଲି କହିଛନ୍ତି ପାଣ୍ଡିଆନ । ପ୍ରଧାନମନ୍ତ୍ରୀ କହୁଛନ୍ତି ଏମଏସପି ୩୧୦୦ ହେବା କଥା,ଏହାର ଅର୍ଥ ପ୍ରଧାନମନ୍ତ୍ରୀ ଚାହିଁ ଥିଲେ ଗୋଟିଏ ମିନିଟ୍‌ରେ ଦେଇ ପାରିଥାନ୍ତେ ।କିନ୍ତୁ ଏହା ସେ ୧୦ ବର୍ଷ ଭିତରେ କରିପାରିନାହାଁନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ବିଜେଡି ସରକାର ମନ୍ଥର ଗତିରେ କାମ କରୁଛି ।ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ବିନମ୍ରତାର ସହିତ କହିବି ଥରେ କଟକରୁ ସମ୍ବଲପୁର ଗାଡିରେ ଯାଆନ୍ତୁ, ଆପଣ ସରକାରଙ୍କ କାର୍ଯ୍ୟ ଦକ୍ଷତାର ନମୁନା ପାଇଯିବେ । ୧୦ ବର୍ଷ ହେଲାଣି ଜାତୀୟ ରାଜପଥ କାମ ସରୁନାହିଁ, ଏହା କଣ ଡବଲ ଇଂଜିନର ସ୍ପିଡ? ତୃତୀୟରେ ସେ କହିଲେ ଯେ ନବୀନ ପଟ୍ଟନାୟକ ସରକାର ସ୍ୱଚ୍ଛ ନୁହେଁ ।ଏହା ହାସ୍ୟାସ୍ପଦ, ସାରା ପୃଥିବୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ବିଷୟ ଜାଣିଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନିଜେ ଭୁଲି ଯାଉଛନ୍ତି ଯେ ସେ ନିଜେ ଉଭୟ ରାଜ୍ୟସଭା ଓ ଲୋକସଭାରେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତାର ପ୍ରଶଂସା କରିଥିଲେ । ଆଜି କେବଳ ନିର୍ବାଚନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଏ କଥା କହୁଛନ୍ତି ବୋଲି କହିଛନ୍ତି ଭିକେ ପାଣ୍ଡିଆନ ।

ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ନିଜ ପରିବାରର ସଦସ୍ୟ ଭାବନ୍ତି । ରାଜନୀତି କରିବା କି କ୍ଷମତା ପାଇଁ ସେ ଆସି ନାହାନ୍ତି । ସେ କେବଳ ଆସିଛନ୍ତି ଲୋକଙ୍କ ସେବା କରିବା ପାଇଁ । ଜୁନ୍‌ ୯ରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଓଡିଶାର ୯୦ ପ୍ରତିଶତ ଲୋକଙ୍କୁ ବିଜୁଳି ବିଲ୍ ଛାଡ କରିବେ, ବିଏସକେଓ୍ବାଇ କାର୍ଡରେ ସମସ୍ତେ ସାମିଲ ହେବେ, ମିଶନ ଶକ୍ତି ମା ମାନଙ୍କୁ ପେନସନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପାଣ୍ଡିଆନ । ସାଲେପୁର ମାଟି ହେଉଛି ଭାଇଚାରାର ମାଟି । ଯେଉଁ ହାତ ଖାଇବାକୁ ଦେଉଛି, ସେ ହାତକୁ କାମୁଡୁଛନ୍ତି କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ।କିଛି ଏପରି କହି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ ।

Comments are closed.