Latest Odisha News

BREAKING NEWS

ଖୋର୍ଦ୍ଧାରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଭୁବନେଶ୍ୱର ହଟସ୍ପଟ୍

ଭୁବନେଶ୍ୱର: ଡରାଉଛି ଡେଙ୍ଗୁ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୫୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ଟପିଛି । ତେବେ ଚିହ୍ନଟ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଧିକାଂଶ ଥିବା ଜଣାପଡ଼ିଛି । ବିଏମସି ଅଞ୍ଚଳରୁ ୨୦୫୬ ଜଣ ଅର୍ଥାତ୍ ଜିଲ୍ଲାରେ ଚିହ୍ନଟ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୮୦ ପ୍ରତିଶତ ମାମଲା ରହିଛି ।

ସେହିଭଳି ଭୁବନେଶ୍ୱର ଉପକଣ୍ଠରେ ଥିବା ଖୋର୍ଦ୍ଧାର ଗ୍ରାମାଞ୍ଚଳରେ ୫୪୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୬୮ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିଲା । ସେଥିମଧ୍ୟରୁ ୫୮ ଜଣଙ୍କ ରିପୋର୍ଟ ଡେଙ୍ଗୁ ପଜିଟିଭ୍ ଆସିଛି । ତେବେ ବିଏମସି ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରୁଥିବା ବେଳେ ପ୍ରଶାସନ ନେଉଥିବା ପଦକ୍ଷେପ ସ୍ଥିତିକୁ କରାୟତ୍ତ କରି ପାରୁ ନାହିଁ ।

ବର୍ଷା ଛାଡ଼ି ଯାଇଥିବା ବେଳେ ଆଗକୁ ଆହୁରି ୨ଟି ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ବିଶେଷକରି ପଟିଆ, ଚନ୍ଦ୍ରଶେଖରପୁର, ସାଲିଆସାହି ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ।

Leave A Reply

Your email address will not be published.