Latest Odisha News

ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା: ସୁନନ୍ଦା

ଭୁବନେଶ୍ୱର; ବିଜେଡିରୁ ଇସ୍ତଫା ଦେବା ପରେ ସୁନନ୍ଦା ଦାସଙ୍କ ବିସ୍ଫୋରକ ବୟାନ l ଅଫିସର ମାନେ ବିଜେଡି ଟିକେଟ ବାଣ୍ଟୁଥିଲେ ବୋଲି କହିଲେ ସୁନନ୍ଦା l ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ଦେଖା କରିବାକୁ ଆମକୁ କୁହା ଯାଇଥିଲା l ମୁଁ ମଧ୍ୟ ସେମାନଙ୍କୁ ଟିକେଟ ପ୍ରସଙ୍ଗରେ ଦେଖା କରିଥିଲି ବୋଲି କହିଛନ୍ତି ସୁନନ୍ଦା ଦାସ l ତେବେ ତତ୍‌କାଳୀନ ବିଜେଡି ସାଂଗଠନିକ ସମ୍ପାଦକଙ୍କ ନାଁ ନ ନେଇ ବିଜେଡି ଉପରେ ବର୍ଷିଛନ୍ତି ସୁନନ୍ଦା l ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବା ଲୋକ ନୁହେଁ ବୋଲି କହୁଥିଲେ ତତ୍‌କାଳୀନ ବିଜେଡି ସାଂଗଠନିକ ସମ୍ପାଦକ l ଏପରିକି ଟିକେଟ ଦେବା ଲୋକ ମୁଁ ଓ ଟିକେଟ କାଟିବା ଲୋକ ମୁଁ ବୋଲି ମଧ୍ୟ କହିଥିଲେ l ତେଣୁ ମୋର ତାଙ୍କ ଉପରେ ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ଥିଲା l ଦେବାଶିଷ ନାୟକଙ୍କୁ ହଟାଇବା ପାଇଁ ମୋତେ ଡାକି ମିଶାଇଥିଲେ l ୨୦୧୯ରେ ନିର୍ବାଚନ ଜିତିବା ପରେ ବରୀବାସୀଙ୍କ ପାଇଁ କାମ କରୁଥିଲି l ମୋ ଟିକେଟ କାହିଁକି କଟିଲା ତାଙ୍କୁ ପଚାରନ୍ତୁ ସେ କହି ପାରିବେ ବୋଲି କହିଛନ୍ତି ସୁନନ୍ଦା l

ସେ ଆହୁରି ମଧ୍ୟ କହିଛନ୍ତି, ଟିକେଟ କଟିବା ପରେ ପାଣ୍ଡିଆନ ମୋତେ ଡାକିଥିଲେ l ତେଣୁ ମୁଁ ନବୀନ ନିବାସ ଯାଇଥିଲି l ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ବୋଲି ଟିକେଟ କଟିଲା ବୋଲି ମୋତେ କହିଲେ l ତେଣୁ ଆପଣ କଣ୍ଟାବାଞ୍ଜି ଯାଇ ପ୍ରଚାର କରନ୍ତୁ, ପରେ ବୁଝାଯିବ ବୋଲି ମୋତେ ପାଣ୍ଡିଆନ କହିଥିଲେ l ତେବେ ନେତାଙ୍କୁ ଅଣଦେଖାରୁ ବିଜେଡି ହାରିବାର ମୁଖ୍ୟ କାରଣ ବୋଲି କହିଛନ୍ତି ସୁନନ୍ଦା l ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା l ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ l ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି l ଆଉ ପ୍ରଭୁ ଜଗନ୍ନାଥ ଠିକ୍‌ ବିଚାର କରିଛନ୍ତି l ମୁଁ ମଧ୍ୟ ଦେଖାକରି ଆସିଛି ବୋଲି କହିଛନ୍ତି ସୁନନ୍ଦା ଦାସ l

ସୂଚନା ଅନୁସାରେ, ଗତକାଲି ବିଜେଡି ଛାଡିଥିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ସୁନନ୍ଦା । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ । ଦଳରେ ସେ ୫ ମାସ ହେଲା ଦଳରେ ଅଣଦେଖା ହୋଇ ରହିଥିବା ନେଇ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ l ତେବେ ବିଜେଡି ଚଡି ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ସୁନନ୍ଦା ଦାସ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟକ ଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନଥିଲା।

Comments are closed.