Latest Odisha News

BREAKING NEWS

ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାକୁ ନେଇ ବିଜେପିକୁ ଘେରିଲା ବିଜେଡି । ବିଜେପି ପିପିଲି ଉପନିର୍ବାଚନରେ ହାରିଯିବାର ଭୟ ଥିବାରୁ ଭୋଟ୍ ପାଇଁ ଟଙ୍କା ବାଣ୍ଟୁଥିବା ବିଜେଡି ଅଭିଯୋଗ କରିଛି । ଏନେଇ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ।

ଉପନିର୍ବାଚନ ହାରିଯିବା ଭୟରେ ଭୋଟକୁ ପ୍ରଭାବିତ କରିବା ଲାଗି ପିପିଲିରେ ବିଜେପି ଟଙ୍କା ବାଣ୍ଟୁଛି । ଆଜି ୨ ଜଣଙ୍କ ଠାରୁ ଜବତ ହୋଇଥିବା ୫୦ ଲକ୍ଷ ଟଙ୍କା ବିଜେପିର । ଟଙ୍କା ବିଜେପି ନେତାଙ୍କ ଠାରୁ ଜବତ କରାଯାଇଥିବା ବିଜେଡି ଅଭିଯୋଗ କରିଛି ।

ଏଥିସହ ପିପିଲି ବିଧାନସଭା ନିର୍ବାଚନ କ୍ଷେତ୍ରରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି ଓ ସର୍ଭେଲାନ୍ସ ଟିମକୁ ବୃଦ୍ଧି କରିବା ନେଇ ବିଜେଡି ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି । ବିଜେପି ଏଭଳି ଟଙ୍କା ବାଣ୍ଟି ପିପିଲିବାସୀଙ୍କୁ ପ୍ରଭାବିତ କରି ନିର୍ବାଚନ ଜିତି ପାରିବ ନାହିଁ । ଏହା ଉପରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି ।

Leave A Reply

Your email address will not be published.