Latest Odisha News

BREAKING NEWS

ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ ଗଲେ ଝାରପଡ଼ା ଜେଲ୍, ଏବେ ଚିକିତ୍ସା ଲାଗି ଡ଼ାକ୍ତରଖାନାରେ

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ସୋମବାର ଦିନ ରାତିରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ରବିବାର ଦିନ ରାତିରେ ପ୍ରଦୀପ ମହାରଥୀଙ୍କ ପିପିଲିସ୍ଥିତ ଫାର୍ମ ହାଉସ ନିକଟରେ ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ଼ଙ୍କୁ ଆକ୍ରମଣ ହେବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଥିଲା ।

ପ୍ରଦୀପ ଗିରଫ ହେବା ପରେ ତାଙ୍କୁ ୩ଟା ୨୫ରେ ତୁରନ୍ତ ପିପିଲିସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତରୀ ପରୀକ୍ଷା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତରୀ ପରୀକ୍ଷା ପରେ ତାଙ୍କୁ ୪ଟା ୧୫ରେ ପିପିଲିସ୍ଥିତ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ବିଚାର ବିଭାଗୀୟ ଅଦାଲତରେ (ଜେଏମଏଫସି) ହାଜର କରାଯାଇଥିଲା । ମାତ୍ର ଅଦାଲତ ବିଚାରର କୌଣସି ଶୁଣାଣି କରିପାରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଥିଲେ କାରଣ, ଘଟଣାସ୍ଥଳଟି ଏହି ଅଦାଲତ ଅନ୍ତର୍ଗତ ନଥିବା ଯୋଗୁଁ ଭୁବନେଶ୍ୱରସ୍ଥିତ ତୃତୀୟ ଶ୍ରେଣୀ ଅତିରିକ୍ତ ଜଜକୋର୍ଟରେ ବିଚାର ଲାଗି ପୋଲିସ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ।

ଅଦାଲତରେ ପିପିଲି ବିଧାୟକ ପ୍ରାର୍ଥୀ ଶ୍ରୀ ମହାରଥୀଙ୍କ ଓକିଲ ତାଙ୍କ ମହକିଲଙ୍କ ଶାରିରୀକ ଅସୁସ୍ଥତା ଦର୍ଶାଇବାରୁ ଅଦାଲତ ଡ଼ାକ୍ତରୀ ଚିକିତ୍ସା ନିମନ୍ତେ ସୁପାରିଶ କରିଥିଲେ । ପୋଲିସ ତାଙ୍କୁ ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଛନ୍ତି ।

ନିର୍ଦ୍ଦେଶକ୍ରମେ, ପୋଲିସ କ୍ୟାପିଟାଲ୍ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇବା ପରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଏଡ଼ିଜେ ଆଡ଼ିସନାଲ୍ କୋର୍ଟରେ ବିଚାର ଲାଗି ହାଜର କରାଇବେ ।

କ୍ୟାପିଟାଲ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଡ଼ାକ୍ତରୀ ରିପୋର୍ଟ ପାଇବା ପରେ ଅଦାଲତ ପ୍ରଦୀପଙ୍କୁ ଝାରପଡ଼ା ଜେଲକୁ ପଠାଇଦେଇଛନ୍ତି । ଅଦାଲତ ଏନେଇ କହିଛନ୍ତି, ଜେଲ ପରିସରରେ ଥିବା ଡ଼ାକ୍ତରଖାନାରେ ମହାରଥୀଙ୍କ ଚିକିତ୍ସା ହେବ, ଆବଶ୍ୟକ ପଡ଼ିଲେ ତାଙ୍କୁ ବାହାର ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଯିବାର ବ୍ୟବସ୍ଥା କରାଯିବ ।

ଗତକାଲି ରାତିରେ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାଯୋଗୁଁ ପୋଲିସ ଜେଲରୁ ନେଇ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ ।

ଡ଼ାକ୍ତରଖାନାର ଯେଉଁ ୱାର୍ଡ଼ରେ ରହି ପ୍ରଦୀପ ମହାରଥୀ ଚିକିତ୍ସିତ ହେଉଛନ୍ତି ସେହି ସ୍ଥାନରେ କୌଣସି ଅଘଟଣକୁ ନହେବାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପୋଲିସ ପକ୍ଷରୁ ହୋଇଛି ।

Leave A Reply

Your email address will not be published.