Latest Odisha News

BREAKING NEWS

ବିଜେପିରେ ମିଶିଲେ ସନ୍ନି ଦେଓଲ, ପଞ୍ଜାବରୁ ଲଢିପାରନ୍ତି ନିର୍ବାଚନ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ଦିନ ବିଜେପିରେ ସାମିଲ ହୋଇଛନ୍ତି।

ଦିଲ୍ଲୀ ସ୍ଥିତ ବିଜେପି କାର‌୍ୟ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପିୟୁଷ ଗୋୟଲଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।

ବିଜେପିରେ ସାମିଲ ହେବା ପରେ ଅଭିନେତା ସନ୍ନି ଦେଓଲ ପଞ୍ଜାବର ଗୁରଦାସପୁରରୁ ବିଜେପି ପ୍ରାର୍ଥୀଭାବେ ନିର୍ବାଚନ ଲଢି ପାରନ୍ତି ବୋଲି ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଥିବା ନେଇ ଏହି ଅବସରରେ ଅଭିନେତା ଜଣକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.