କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟିକାଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତି ଓରଫ ମୁନ୍ନା ମହାନ୍ତିଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଦୁର୍ଗାପ୍ରସାଦ ମହାନ୍ତି ତହସିଲଦାର ବିଭୁପ୍ରସାଦ ସିଂଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ ଦେବା ସହ ଜୀବନରେ ମାରି ଦେବାର ଧମକ ଦେଇଥିବା ତହସିଲଦାର ପୋଲିସ ପାଖରେ ଅଭିଯୋଗ କରିଥିଲେ ।
ଦୁର୍ଗାପ୍ରସାଦ ମହାନ୍ତି ତଥା ମୁନ୍ନା ବିଧାୟିକାଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଥିବା ଜାଣିପାରି ଆଜି ପୋଲିସ ଚଢ଼ଉ କରିଥିବା ଜଣାପଡିଛି । ତେବେ ଏହାକୁ ନେଇ ବିଜେଡି ନେତା ମାନେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ବିରୋଧ କରିଛନ୍ତି । କେସିଙ୍ଗା ପୋଲିସ ପକ୍ଷରୁ ଚାଲିଛି ଚଢାଉ ।
ଖବର ଅନୁଯାୟୀ, ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନରେ ହତ୍ୟା ଧମକ ଦେଇଥିଲେ । ଏନେଇ ଗତ ୧୫ ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କେସିଙ୍ଗା ପୋଲିସ ପକ୍ଷରୁ ରବିବାର ଦିନ ଚଢାଉ ହୋଇଛି ।