Latest Odisha News

BREAKING NEWS

ଚିଟଫଣ୍ଡ ଦୁର୍ନୀତି ମାମଲା: ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଲା

ଭୁବନେଶ୍ୱର : ମୟୁରଭଞ୍ଜର ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।
ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଶ୍ରୀ ହାଁସଦା ନଭେମ୍ବର ୪ ତାରିଖ ୨୦୧୪ ମସିହାରେ ଗିରଫ ହୋଇ ସାଂସଦ ରାମଚନ୍ଦ୍ର ହାଁସଦା ଭୁବନେଶ୍ୱର ଝାରପଡ଼ାର ସ୍ୱତନ୍ତ୍ର ଜେଲରେ ଥିଲେ ।

୨୦୧୧ ମସିହାରୁ ୨୦୧୩ ମସିହା ମଧ୍ୟରେ ୪୪ଟି ଚିଟଫଣ୍ଡ କମ୍ପାନୀ ବିରୋଧରେ ତଦନ୍ତ କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ୧୫ କୋଟିରୁ ଅଧିକ ଟଙ୍କା ଏହି ଚିଟଫଣ୍ଡ କମ୍ପାନୀ ଦ୍ୱାରା ହେରଫେର ହୋଇଥିବାର ଅଭିଯୋଗ ଆସିଥିଲା ।

ସୂଚନାଯୋଗ୍ୟ, ସାଂସଦ ହାଁସଦା ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ ଚିଟଫଣ୍ଡ କମ୍ପାନୀର ପ୍ରତିଷ୍ଠାତା ନିର୍ଦ୍ଦେଶକ ରହିଥିଲେ । ତେବେ ଜମାକାରୀଙ୍କ ଅଭିଯୋଗ କ୍ରମେ ଏହି କମ୍ପାନୀର ଅର୍ଦ୍ଦାଧିକ ସମ୍ପତ୍ତି ବାଜ୍ୟାପ୍ତି କରି ଜମାକାରୀଙ୍କୁ ହସ୍ତାନ୍ତର କରିବାକୁ ଓଡ଼ିଶା କ୍ରାଇମ ବ୍ରାଞ୍ଚ କମ୍ପାନୀ ଉପରେ ଚଢଉ କରିଥିଲା ।

ଜୁଲାଇ ୨୦୧୪ ମସିହାରେ ସାଂସଦ ହାଁସଦାଙ୍କ ଘର ଉପରେ ସିବିଆଇ ଚଢଉ କରିଥିଲା । ତେବେ ସେହି ସମୟରେ ତାଙ୍କ ଘରୁ ୨୮ ଲକ୍ଷ ଟଙ୍କା ଜବତ କରିଥିଲେ ମଧ୍ୟ ବିଜେଡ଼ି ସାଂସଦ ଏହା ତାଙ୍କର ବ୍ୟକ୍ତିଗତ ଅର୍ଥ ବୋଲି ଅଭିଯୋଗ ମଧ୍ୟ କରିଥିଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ଏହା ତାଙ୍କର ସମର୍ଥକଙ୍କର ବୋଲି କହିଥିଲେ ସାଂସଦ ହାଁସଦା ।

୨୦୧୪ ମସିହାରେ ସାଂସଦ ରାମଚନ୍ଦ୍ର ହାଁସଦା ଗିରଫ ହେବାପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡ଼ିରୁ ନିଲମ୍ବିତ କରିଥିଲେ ।

ସାଂସଦ ରାମଚନ୍ଦ୍ର ହାଂସଦାଙ୍କ ଉପରେ ଏହିସବୁ ଅଭିିଯୋଗ ଆସିବା ପୂର୍ବରୁ ସେ ବିଜେଡ଼ି ଲୋକସଭା ସଂସଦୀୟ ଦଳର ସମ୍ପାଦକ ପଦରେ ଥିଲେ ।

Leave A Reply

Your email address will not be published.