Latest Odisha News

BREAKING NEWS

ପ୍ରକାଶିତ ହେଲା ୧ମ ପର୍ଯ୍ୟାୟ +୩ ମେରିଟ ଲିଷ୍ଟ: ୪ ଜୁଲାଇରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ମଙ୍ଗଳବାର ଦିନ ୧ମ ପର୍ଯ୍ୟାୟ +୩ ମେରିଟ ଲିଷ୍ଟ / କଟଅଫ ମାର୍କ ପ୍ରକାଶିତ ହୋଇଛି । ଛାତ୍ରଛାତ୍ରୀମାନେ +୩ ସ୍ୱୟଂଶାସିତ ମହାବିଦ୍ୟାଳୟ, ସଂସ୍କୃତ(ଶାସ୍ତ୍ରୀ) ଏବଂ ସେଲଫ ଫାଇନାନ୍ସିଂ (ଡ଼ିଗ୍ରୀ)କଲେଜରେ ନାମ ଲେଖାଇବାକୁ ଏହି ମେରିଟ ଲିଷ୍ଟ ପ୍ରକାଶ ପାଇଛି । ଓଡ଼ିଶାର ସମୁଦାୟ ୧ଲକ୍ଷ ୮୮ ହଜାର ୯୬୦ ଜଣ ଛାତ୍ରଛାତ୍ରୀ +୩ର ୧ମ ପର୍ଯ୍ୟାୟରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯୋଗ୍ୟ ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ ୪ରୁ ୭ତାରିଖ ମଧ୍ୟରେ ବିଭିନ୍ନ କଲେଜରେ ନାମ ଲେଖାଇ ପାରିବେ ।

+୩ କଳାରେ ୧ଲକ୍ଷ ୧୪ ହଜାର ୩୩୧ ଜଣ ଛାତ୍ରଛାତ୍ରୀ ଆଡ଼ମିଶନ କରିବେ, ୧୯ ହଜାର ୭୫୩ ଜଣ ଛାତ୍ରଛାତ୍ରୀ ବାଣିଜ୍ୟରେ ତଥା ୨୯ ହଜାର ୧୩୧ ଜଣ ଛାତ୍ରଛାତ୍ରୀ ଫିଜିକାଲ ସାଇନ୍ସ ଏବଂ ୨୦ ହଜାର ୩୪୬ ଜଣ ଛାତ୍ରଛାତ୍ରୀ ବାୟୋଲଜିକାଲ ସାଇନ୍ସରେ ନାମ ଲେଖାଇବେ । ଏହି ନାମଲେଖା ଆସନ୍ତା ଜୁଲାଇ ୪ରୁ ୭ତାରିଖ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ ହୋଇଛି ।

ତେବେ ୨ୟ ପର୍ଯ୍ୟାୟ ମେରିଟ ଲିଷ୍ଟ ଆସନ୍ତା ଜୁଲାଇ ୧୧ ତାରିଖରେ ପ୍ରକାଶିତ ହେବାକୁ ସ୍ଥିର ହୋଇଛି । ନାମଲେଖା ଏହି ପର୍ଯ୍ୟାୟରେ ୧୨ ଓ ୧୩ ଜୁଲାଇରେ ଅନୁଷ୍ଠିତ ହେବ । ଆସନ୍ତା ଜୁଲାଇ ୧୬ ତାରିଖରେ +୩ ପାଠ୍ୟକ୍ରମର ପ୍ରଥମ ପାଠପଢା ଆରମ୍ଭ ହେବ । ଅବଶିଷ୍ଟ ସିଟ ପାଇଁ ନାମଲେଖା ଜୁଲାଇ ୧୬ ଓ ୧୮ ତାରିଖକୁ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.