Latest Odisha News

BREAKING NEWS

ରାଜ୍ୟସଭାରେ ପୋଲାଭରମ୍ ପ୍ରସଙ୍ଗ ଉଠାଇଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୋମବାର ଦିନ ରାଜ୍ୟସଭାରେ ଚର୍ଚ୍ଚିତ ପୋଲାଭରମ୍ ପ୍ରକଳ୍ପକୁ ନେଇ ପ୍ରସଙ୍ଗ ଉତଥାପନ କରିଛନ୍ତି । ଶ୍ରୀ ପାତ୍ର ଏହି ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବା ସହିତ ଏନେଇ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି ।

କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପକୁ ଆଗେଇ ନେଉଥିବା ବେଳେ ଏହା ଓଡ଼ିଶା ଉପରେ କେଉଁ କୁପ୍ରଭାବ ପଡୁଛି ତାହାକୁ ଦୃଷ୍ଟି ଦେଉନାହିଁ । “ଏହି ପ୍ରସଙ୍ଗକୁ ନେଇ ଆମ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରକୁ ପତ୍ର ମାଧ୍ୟମରେ ଜଣାଇ କହିଛନ୍ତି ଯେ, ଏହି ଆନ୍ଧ୍ରରେ ହେଉଥିବା ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଆଦିବାସୀ ଜନସାଧାରଣଙ୍କ ସମେତ ୬,୦୦୦ ଲୋକ ସେମାନଙ୍କର ଚାଷଜମି ହରାଇବେ । ଏପରିକି ହଜାର ହଜାର ଚାଷଜମି ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବ,” ବୋଲି ଶ୍ରୀ ପାତ୍ର ଅଭିଯୋଗ କରି କହିଛନ୍ତି ।

ଏନେଇ ଓଡ଼ିଶାରେ କୌଣସି ଗ୍ରାମସଭା ହୋଇନଥିବା ବେଳେ ଓଡ଼ିଶାରେ କେଉଁପ୍ରକାର କ୍ଷତି ପହଞ୍ଚିବ ସେନେଇ କେନ୍ଦ୍ର ପକ୍ଷରୁ କୌଣସି ପରାମର୍ଶ ଦିଆଯାଇନାହିଁ ବୋଲି ଶ୍ରୀ ପାତ୍ର ରାଜ୍ୟସଭାରେ କହିଛନ୍ତି ।

ଏହି ପକଳ୍ପଟି ଆସନ୍ତା ୨୦୨୧ରେ ସମ୍ପୂର୍ଣ୍ଣ ହେବାର ଥିଲେ ମଧ୍ୟ ଓଡ଼ିଶାର ଜନସାଧାରଣ ଏହି ପ୍ରକଳ୍ପ ଯୋଗୁଁ ବହୁ ଭାବରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।

Leave A Reply

Your email address will not be published.