Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟ ‘ପ୍ଲାଟିନମ୍ ଜୁବିଲି’ରେ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏକ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ‘ପ୍ଲାଟିନମ୍ ଜୁବିଲି’ରେ ଯୋଗଦେବେ ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଇଜଚାର୍ଜ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ସତ୍ୟଜିତ ମହାନ୍ତି କହିଛନ୍ତି ଯେ, ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି କୋବିନ୍ଦ ଭୁବନେଶ୍ୱରରେ ପହଞ୍ଚିବେ । ରାଜଭବନରେ ସେହିଦିନ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

ତାପରଦିନ ସକାଳେ ଅର୍ଥାତ୍ ୮ ତାରିଖ ଦିନ ରାଷ୍ଟ୍ରପତି ଖୋର୍ଦ୍ଧାର ବରୁଣେଇ ପାହାଡ଼ରେ ଅନୁଷ୍ଠିତ ହେଉଥିବା ସହୀଦ ସ୍ମୃତି ସ୍ମାରକୀ ଉତ୍ସବରେ ଯୋଗଦେବାକୁ ଯିବେ । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଖୋର୍ଦ୍ଧାରୁ ରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟ ଆସି ‘ପ୍ଲାଟିନମ୍ ଜୁବିଲି’ ଉତ୍ସବରେ ଯୋଗଦାନ କରିବେ । ପରେ ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ରାଜଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଏହି ଗସ୍ତକ୍ରମରେ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ ତାଙ୍କର ଯିବା ରାସ୍ତାରେ ୫୦ ପ୍ଲାଟୁନ ପୋଲିସ ମୂତୟନ ରହିବେ ।

Leave A Reply

Your email address will not be published.