Latest Odisha News

BREAKING NEWS

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଖୁବ୍ ଶିଘ୍ର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଏହି ପ୍ରସଙ୍ଗରେ ୨୩ ସେପ୍ଟେମ୍ବର ୨୦୧୩ ମସିହାରେ ଏବଂ ଫେବୃୟାରୀ ୧୩ ତାରିଖରେ ଦେଇଥିବା ପୂର୍ବ ଚିଠି ଦେଇଥିବା ଉଲ୍ଲେଖ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଯଥାଶିଘ୍ର ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା କରିବାକୁ ଅନୁରୋଧ କରିଛନ୍ତି ।

“ଏହିସବୁ ସ୍ଥାନରେ ଜନସାଧାରଣଙ୍କୁ ହାଇକୋର୍ଟ କାର୍ଯ୍ୟ ଲାଗି ଅନେକ ଦୂର ଆସିବାକୁ ପଡୁଛି । ଏଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ନେଇ ଜନସାଧାରଣଙ୍କ ଦାବୀ ମଧ୍ୟ ଯୁକ୍ତିଯୁକ୍ତ ଅଟେ । ମୁଁ ପୂର୍ବରୁ ମଧ୍ୟ ଚିଠି ମାଧ୍ୟମରେ ଉଲ୍ଲେଖ କରିଥିଲି ଏଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ଆନୁଷଙ୍ଗିକ ସହଯୋଗ କରାଯିବ,”ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.