Latest Odisha News

BREAKING NEWS

ଅନାସ୍ଥା ପ୍ରସ୍ତାବ ପୂର୍ବରୁ ବିଜେଡ଼ି ସଂସଦୀୟ ଦଳର ବୈଠକ: ଆଲୋଚନା ବେଳେ ଗୃହରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ହ୍ୱିପ ଜାରି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ବିରୋଧ କରି ଲୋକସଭାରେ ଆଜି ଆଗତ ହେଉଛି ଅନାସ୍ଥା ପ୍ରସ୍ତାବ । ଦେଲୁଗୁ ଦେଶମ ପାର୍ଟି ଏହି ଅନାସ୍ଥା ପ୍ରସ୍ତାବ ଆଣିଛି । ତେବେ ଆଜିର ଏହି ଅନାସ୍ଥା ପ୍ରସ୍ତାବରେ ବିଜେଡ଼ିର ପ୍ରମୁଖ ଭୁମିକା ମଧ୍ୟ ରହିଛି ।

କେନ୍ଦ୍ରରେ ଶାସକ ଏନିଡ଼ିଏ ସରକାର ବିଜେଡ଼ିର ସମର୍ଥନ ପାଇବାକୁ ଶତଚେଷ୍ଟା କରିବେ । ତେବେ ଏହି ଅନାସ୍ଥା ପ୍ରସ୍ତାବରେ ବିଜେଡ଼ିର ଆଭିମୁଖ୍ୟ କ’ଣ ରହିବ ସେନେଇ ବିଜେଡ଼ି ପକ୍ଷରୁ ଲୋକସଭାର ବିଜେଡ଼ି ସଂସଦୀୟ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଲୋକସଭାର ବିଜେଡ଼ି ସଂସଦୀୟ କାର୍ଯ୍ୟାଳୟରେ ଦଳର ସମସ୍ତ ରାଜ୍ୟସଭା ଓ ଲୋକସଭା ସଦସ୍ୟମାନେ ଏହି ବୈଠକରେ ଯୋଗଦେଇଥିଲେ ।

ଏକ ଆଞ୍ଚଳିକ ଦଳ ଭାବେ ରାଜ୍ୟର ସ୍ୱାର୍ଥକୁ କିପରି ଗୁରୁତ୍ୱ ଦିଆଯିବ ସେନେଇ ବିଶଦ ଆଲୋଚନା ହୋଇଥିଲା । ଆଲୋଚନାରେ ଭାଗ ନେବାକୁ ଲୋକସଭାରେ ବିଜୁ ଜନତା ଦଳକୁ ୧୫ ମିନିଟ ସମୟ ଦିଆଯାଇଛି । ତେବେ ଆଲୋଚନା ସମୟରେ ଗୃହରେ ନିଶ୍ଚିତ ରୂପେ ଉପସ୍ଥିତ ରହିବାକୁ ଦଳପକ୍ଷରୁ ଏକ ତିନିଧାଡ଼ିଆ ହ୍ୱିପ୍ ଜାରି କରାଯାଇଛି ।

ତେବେ ଚର୍ଚ୍ଚା ହେଉଛି ବିଜେଡ଼ି ମତଦାନରୁ ବିରତ ରହିପାରେ । ବିଜେଡ଼ି ରାଜ୍ୟର ସ୍ୱାର୍ଥକୁ ଲକ୍ଷ୍ୟ ରଖି ନିଜର ଆଭିମୁଖ୍ୟ ଶେଷ ମୂହୁର୍ତ୍ତରେ ସ୍ପଷ୍ଟ କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.