Latest Odisha News

BREAKING NEWS

ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ: ଚର୍ଚ୍ଚାରେ ଭାଗନେବେ ଦେଶର ପ୍ରମୁଖ ରାଜନୈତିକ ଦଳ, ଚର୍ଚ୍ଚାରେ କହିବାକୁ ବିଜେଡ଼ିକୁ ମିଳିଲା ୧୫ ମିନିଟ

ନୂଆଦିଲ୍ଲୀ : ଆଜି ଲୋକସଭାରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଚର୍ଚ୍ଚାହେବ । ବିରୋଧି ଦଳ ପକ୍ଷରୁ ଆଗତ ଏହି ଅନାସ୍ଥା ପ୍ରସ୍ତାବ ସପକ୍ଷରେ କେଉଁ ଦଳମାନେ ମତ ରଖିବେ ଏବଂ କେଉଁ ଦଳ ମାନେ ଶାସକ ଏନଡ଼ିଏ ସରକାରକୁ ସମର୍ଥନ କରି ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ମତ ରଖିବେ ତାହା ଆଜି ଜଣାପଡ଼ିବ । ତେବେ ବିରୋଧି କଂଗ୍ରେସ ଲାଗି ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବରେ ସଫଳତା ହାସଲ ହେଉ କି ନ’ହେଉ କିନ୍ତୁ ଶାସକ ଭାରତୀୟ ଜନତା ଦଳକୁ ସମର୍ଥନ କରୁନଥିବା ଦଳ ଗୁଡ଼ିକୁ କଂଗେସ ଜାଣିପାରିବ । ନିକଟରେ ଆସୁଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ଉପରେ ତୀକ୍ଷଣ ନଜର ରଖିଛି ।

ଲୋକସଭାରେ ଆଗତ ଏହି ଅନାସ୍ଥା ପ୍ରସ୍ତାବରେ ଏନଡ଼ିଏ ସରକାରକୁ ସମର୍ଥନ କରିବ ବୋଲି ଜଣାଇଛି । ୧୮ ଜଣ ସଦସ୍ୟ ଥବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏନଡ଼ିଏ ସରକାରଙ୍କୁ ସମର୍ଥନ କରିବା ନେଇ ଗଣମାଧ୍ୟମକୁ ଜଣାଇଛନ୍ତି ।


ଏହି ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗନେବାକୁ ଶାସକ ବିଜେପିକୁ ଦୀର୍ଘ ୩ଘଣ୍ଟା୩୩ ମିନିଟ, କଂଗ୍ରେସକୁ ୩୮ ମିନିଟ, ଏଆଇଏଡ଼ିଏମକେକୁ ୨୯ ମିନିଟ, ତୃଣମୂଳ କଂଗ୍ରେସକୁ ୨୭ ମିନିଟ, ବିଜେଡ଼ିକୁ ୧୫ ମିନିଟ ଏବଂ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ୯ ମିନିଟ କହିବାକୁ ସୁଯୋଗ ମିଳିପାରିବ । ତେବେ ଏହି ଅନାସ୍ଥା ପ୍ରସ୍ତାବ ଲୋକସଭାରେ ଆଣିଥିବା ତେଲୁଗୁ ଦେଶମ ଦଳକୁ ମାତ୍ର ୧୩ ମିନିନ ଅବଧିର ସମୟ ଧାର୍ଯ୍ୟ କରାଯାଇଛି ।

ବର୍ତ୍ତମାନ ଲୋକସଭାରେ ୫୩୫ ଜଣ ସଦସ୍ୟଙ୍କ ମଧ୍ୟରୁ ଏନଡ଼ିଏ ଗଠବନ୍ଧନରେ ୩୧୩ ଜଣ ସଦସ୍ୟର ରହିଛନ୍ତି । ବିଜେପି – ୨୭୪, ଶିବସେନା – ୧୮, ଏଲଜେପି – ୬, ଅକାଳୀ ଦଳ – ୪ ଜଣ ସଦସ୍ୟ ।

ସେହିପରି ବିରୋଧି ଦଳଙ୍କ ସଂଖ୍ୟା ହେଉଛି ୨୨୨ ଜଣ ସଦସ୍ୟ । ସେଥିରେ କଂଗ୍ରେସର ୬୩ ଜଣ ସଦସ୍ୟ, ଏଆଇଏଡିଏମକେ ର ୩୭, ତୃଣମୂଳ କଂଗ୍ରେସର ୩୪, ବିଜେଡ଼ି ୧୯ଜଣ, ଟିଡ଼ିପି ୧୬ ଜଣ ଏବଂ ଟିଆରଏସର ୧୧ ଜଣ ସଦସ୍ୟ ରହିଛନ୍ତି ।

ଦିନ ୧୧ଟା ବେଳେ ଲୋକସଭାରେ ଆଗତ ହେବାର ସ୍ଥିର ହୋଇଥିବା ବେଳେ ସମଗ୍ର ଦେଶର ଏହି ଗଣତାନ୍ତ୍ରିକ ପ୍ରକିୟାର ଫଳାଫଳକୁ ସମସ୍ତେ ଆଗ୍ରହର ସହିତ ପ୍ରତିକ୍ଷା କରିଛନ୍ତି ।

Leave A Reply

Your email address will not be published.