Latest Odisha News

BREAKING NEWS

ଗଡରେ ବିଜୟ ବଜାୟ ରଖିଲେ ବିଜୟଙ୍କ ପୁଅ, ପାଟକୁରାରେ ଶଙ୍ଖନାଦ

ପାଟକୁରା: ବିଜେଡିର ଗଡ ଭାବେ ପରିଚିତ ପାଟକୁରା ନିଜର ସ୍ଥିତି ବଜାୟ ରଖିଛି । ଏଥର ବି ଶଙ୍ଖନାଦ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ମହାପାତ୍ର ପାଟକୁରାରେ ବିଜୟୀ ହୋଇଛନ୍ତି । କେନ୍ଦ୍ରାପଡାର ଟାଣୁଆ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ହେଉଛନ୍ତି ଅରବିନ୍ଦ ମହାପାତ୍ର । ବାପାଙ୍କ ବଳରେ ବିଜେଡି ପାଇଁ ବଳିୟାନ ହୋଇଛନ୍ତି ଅରବିନ୍ଦ । ବିଜେପି ପ୍ରାର୍ଥୀ ତେଜେଶ୍ବର ପରିଡାଙ୍କୁ ୧୧, ୪୨୫ ଟି ସିଟରେ ହରାଇଛନ୍ତି  ଅରବିନ୍ଦ ।

ତେବେ ବିଜେଡି ଦଳ ଗଠନରେ ବଡ ଭୂମିକା ନିଭାଇଥିଲେ କେନ୍ଦ୍ରାପଡାର ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୁ ପଟ୍ଟନାୟକ ଅମଳର ସେ ଜଣେ ପୁରୁଖା ନେତା । ଏକ ଟାଣୁଆ ନେତା ଭାବେ ସେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ୪ ୪ ଥର ବିଧାୟକ ମଧ୍ୟ ହୋଇଥିଲେ । ୨୦୦୯ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ବିଜୟ  । ପରେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ଟିକେଟରେ ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲେ । ଏହାପରେ ଦଳ ବିରୋଧୀ କାମ ପାଇଁ ବିଜେପି ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରିଥିଲା ।  ଆଉ ଆଜି ଭୋଟ ଗଣତି ପରେ ବହୁମତରେ ଜିତିଛନ୍ତି ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ।

Leave A Reply

Your email address will not be published.