Latest Odisha News

BREAKING NEWS

ଚାଷୀଙ୍କ ଭାରତ ବନ୍ଦକୁ ବିଜେଡି ସମର୍ଥନ କରିବ କି ନାହିଁ ? ନିଷ୍ପତ୍ତି ନେବେ ନବୀନ

ଭୁବନେଶ୍ୱର: ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି । ବନ୍ଦକୁ ବିଜେଡି ସମର୍ଥନ କରିବ କି ନାହିଁ ତାଉପରେ ଏବେ ସମସ୍ତଙ୍କର ନଜର ରହିଛି । ବିଜେପି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଭାରତ ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ ନିଷ୍ପତ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ । କିନ୍ତୁ ଚାଷୀଙ୍କ ସମସ୍ୟା ପ୍ରତି ବିଜେଡିର ନୈତିକ ସମର୍ଥନ ରହିଛି ।

ଦେବୀ ମିଶ୍ର କହିଛନ୍ତି, ବିଜେଡି ନିଜ ଆଭିମୁଖ୍ୟ ସଂସଦରେ ସ୍ପଷ୍ଟ କରିଛି । ସବୁବେଳେ ଚାଷୀଙ୍କ ସହ ବିଜେଡି ରହିଛି । ଆସନ୍ତାକାଲି ବନ୍ଦ ପାଳନକୁ ଏଯାଏ ୧୧ଟି ରାଜନୈତିକ ଦଳ ସମର୍ଥନ ଦେଇ ସାରିଲେଣି । ଏମାନଙ୍କ ଭିତରେ ଅଛନ୍ତି କଂଗ୍ରେସ, ଟିଏମସି, ଆରଜେଡି, ବିଏସପି, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ଟିଆରଏସ ପ୍ରମୁଖ ଭଳି ରାଜନୈତିକ ଦଳ ।

ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ୧୧ଦିନ ହେଲାଣି ଆନ୍ଦୋଳନ ଚଳାଇଛିନ୍ତି ଚାଷୀ । ପାଞ୍ଚଟି ପର୍ୟ୍ୟାୟରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନାରୁ କିଛି ନିଷ୍କର୍ଷ ବାହାରି ନାହିଁ । ଆସନ୍ତା ୯ ତାରିଖରେ ପୁଣି ଥରେ ଆଲୋଚନା ରହିଛି ।

Leave A Reply

Your email address will not be published.