Latest Odisha News

ବିଜେଡି ଯୁବ ବାହିନୀର ନୂଆ କର୍ମକର୍ତ୍ତା, ଏମାନଙ୍କ ନାଁରେ ମୋହର ମାରିଲେ ସୁପ୍ରିମୋ

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ରାଜ୍ୟ କର୍ମକର୍ତ୍ତା ନିଯୁକ୍ତିକୁ ଅନୁମୋଦନ । ତାଲିକା ଘୋଷଣା ହୋଇଛନ୍ତି । ନୂଆ କର୍ମକର୍ତ୍ତାଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ଜିଲ୍ଲା ସଭାପତିଙ୍କ ନିଯୁକ୍ତିକୁ ବି ସଭାପତି ମଞ୍ଜୁରୀ ଦେଇଛନ୍ତି ।

ବୈକୁଣ୍ଠ ନାୟକ ହୋଇଛନ୍ତି ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି । ଏଲିନା ଦାଶ ସାଧାରଣ ସମ୍ପାଦିକା ନିଯୁକ୍ତ ହୋଇଛନ୍ତି । ସେହିପରି ୩ ବରିଷ୍ଠ ଉପସଭାପତି ଭାବରେ ରାଣାପ୍ରତାପ ପାତ୍ର, ଧୃତିରଞ୍ଜନ ମାର୍ଥା ଓ ଜ୍ୟୋତ୍ସ୍ନାମୟୀ ପରିଡ଼ାଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ।

ଦଳରେ ୬ ଜଣ ଜୋନ୍‌ ସଭାପତି, ୧୦ ଜଣ ଉପସଭାପତିଙ୍କୁ ନିଯୁକ୍ତି ମିଳିଛି । ୨୮ ସାଧାରଣ ସଂପାଦକ, ୩୫ ସଂପାଦକ, ୨୫ ଯୁଗ୍ମ ସଂପାଦକ ନିଯୁକ୍ତ ହୋଇଛନ୍ତି ।

୩୩ ଜଣ ଜିଲ୍ଲା ସଭାପତିଙ୍କ ତାଲିକାକୁ ଅନୁମୋଦନ ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ଏନେଇ ଦଳ ପକ୍ଷରୁ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.